କନକ ବ୍ୟୁରୋ : ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିଛି । ପାରମ୍ପରକି ପ୍ରିତଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି ଭାରତ । ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେର ହୋଇଥିବା ଏହି ଖେଳରେ ଟିମ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ବିରାଟ କୋହଲି ଓ କେଏଲ ରାହୁଲଙ୍କ ଶତକୀୟ ଇନିଂସ ବଳରେ ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଥିଲା ଭାରତ । କୋହଲି ୧୨୨ ଓ ରାହୁଲ ୧୧୧ ରନ କରି ଅପରାଜିତ ରହିଥିଲେ ।

Advertisment

ଦ୍ୱିତୀୟ ଦିନରେ ୧୪୭ରନରୁ ଖେଳ ଆରମ୍ଭ କରି ରାହୁଲ ଓ କୋହଲିଙ୍କ ୨୩୩ରନ ପାର୍ଟନରସିପ୍ ବଳରେ ଭାରତ ୩୫୫ରନ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ଦଳ ୩୨ ଓଭରରେ ୮ ୱିକେଟ ହରାଇ ୧୨୮ ରନ କରିପାରିଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ୫ ୱିକେଟ ନେଇ ପାକିସ୍ତାନର ବ୍ୟାଟିଂ ମେରଦଣ୍ଡକୁ ଧୂଳିସାତ କରିଦେଇଥିଲେ । ପାକିସ୍ତାନକୁ ବୃହତ ବ୍ୟବଧାନରେ ପରାଜୟ କରିବା ପରେ ସାରା ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଲୋକେ ରାସ୍ତାକୁ ଓହ୍ଲାଇ ଆସି ବାଣ ଫୁଟାଇ ବାଜା ବଜାଇ ହାତରେ ତ୍ରିରଙ୍ଗା ପତାକା ଧରି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । ସେପଟେ ଆଜି ସୁପର ଫୋର ମୁକାବିଲାର ନିଜ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଟିମ ଇଣ୍ଡିଆ ।