ମହିଳା ସଂରକ୍ଷଣ ବିଲ୍ ପାରିତ ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି : ଓଡିଶାର ୫୦ହଜାର ଗାଁରେ ସଭା କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ଖବରକୁ ଗାଁ ଗାଁରେ ପହଁଚାଇବ ବିଜେପି । କ୍ୟାମ୍ପେନ ମୋଡରେ ଓଡିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି ବାର୍ତା ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ ପ୍ରଧାନ । ମହିଳା ସଂରକ୍ଷଣ ବିଲ ପାରିତ ହେବାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଯୋଗ ଦେବା ଅବସରରେ ଏହି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଭାରତରେ ୭୦ କୋଟି ମହିଳା । ଯାହାକି ୨ଟି ଆମେରିକାର ଜନସଂଖ୍ୟା ସହ ସମାନ । ଅଢ଼େଇଟି ୟୁରୋପ ସହ ସମାନ । ଆରମ୍ଭ ହେବ ୩୩ ପ୍ରତିଶତ ସଂରକ୍ଷଣ, ମାଆମାନେ ଯିବେ ଦିଲ୍ଲୀ । ବିବେକପୂର୍ଣ୍ଣ ନିର୍ଣ୍ଣୟ ମହିଳା ଓ ମା’ମାନେ କରନ୍ତି । ଏହା ପବିତ୍ର ଦୁର୍ଗାପୂଜା ଅବସରରେ ମୋଦୀ ସରକାରଙ୍କ ବଡ ଉପହାର । ଏଥିସହ ମହିଳା ସଂରକ୍ଷଣ ବିଲ୍ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ।