କନକ ବ୍ୟୁରୋ : ଆଜି ଜାତୀୟ ରାଜନୀତିର ସବୁଠୁ ବଡ ଶକ୍ତି ପ୍ରଦର୍ଶନ ହେବାକୁ ଯାଉଛି । କାରଣ ବେଙ୍ଗାଲୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ, ଦିଲ୍ଲୀରେ ହେବ ଏନଡିଏ ମେଣ୍ଟ ଦଳଙ୍କ ମହାସମାବେଶ । ଏଥିପାଇଁ ଏନଡିଏର ପୂର୍ବ ସହଯୋଗୀଙ୍କୁ ଆମନ୍ତ୍ରଣ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦିଲ୍ଲୀ ଏନଡିଏ ବୈଠକରେ ସାମିଲ ହେବେ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ।

Advertisment

ହେଲେ ଏଯାଏ କାର୍ଡ ଖୋଲି ନାହାନ୍ତି ଓଡିଶାର ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ । ବିଜେପି ସଭାପତି ଜେ.ପି ନଡ୍ଡା ଦାବି କରିଛନ୍ତି, ବୈଠକରେ ୩୬ରୁ ଅଧିକ ଦଳ ସାମିଲ ହେବେ । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟକୁ ୩୧୭ଟି ଲୋକସଭା ଆସନ ମିଳିଥିଲା । ବିରୋଧୀ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ସାରିଥିବାବେଳେ ଜେଡିଏସ, ବିଏସପି, ଶିରୋମଣି ଅକାଳି ଦଳ ଓ ତେଲୁଗୁ ଦେଶମ ପାର୍ଟିର ସମର୍ଥନ ବିଜେପିକୁ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।