କନକ ବ୍ୟୁରୋ : ବନ୍ଦ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରୁ ଛାତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ହେଲେ କଳ୍ପନା ସ୍ୱାଇଁ, ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲେ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏ ନେଇ ତଦନ୍ତ ଜାରି ରହିଛି ।

Advertisment