ଗ୍ରାମ ପ୍ରବେଶ ପଥ ଅବରୋଧ ନେଇ ଉତ୍ତେଜନା : ପୋଲିସ ଚଢଉ ଖବର ପାଇବା ପରେ ଛତ୍ରଭଂଗ ଦେଇଥିଲେ ଯୁବକ

ଗ୍ରାମ ପ୍ରବେଶ ପଥ ଅବରୋଧ ନେଇ ଉତ୍ତେଜନା : ପୋଲିସ ଚଢଉ ଖବର ପାଇବା ପରେ ଛତ୍ରଭଂଗ ଦେଇଥିଲେ ଯୁବକ

କନକ ବ୍ୟୁରୋ : ଉତ୍ତରା ଫାଣ୍ଡି ଅଧୀନ ଏକଚାଳିଆ ଗ୍ରାମରେ ୬ ଜଣ ଯୁବକ ସଂଧ୍ୟାରେ ଗ୍ରାମର ମୁଖ୍ୟ ପ୍ରବେଶ ପଥକୁ ବାଉଁଶ ବାନ୍ଧି ଅବରୋଧ କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଲୋକମାନେ ଯାତାୟାତ କରିବାରେ ସମସ୍ୟା ଦେଖା ଦେଇଥିଲା। ସଟ୍‌ଡାଉନ ଆଳରେ ସଂପୃକ୍ତ ଯୁବକମାନେ ରାସ୍ତାରେ ବାଇକ୍‌ ରଖି ସେଠାରେ ଖଟି ଜମାଇଥିଲେ। କିଛି ସଚେତନ ଯୁବକ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ଉତ୍ତରାଫାଣ୍ଡି ଅଧିକାରୀ ମନୋଜ ଦାଶ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ପୁଲିସ ଚଢ଼ଉ ସଂପର୍କରେ ଖବର ପାଇ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ଫାଣ୍ଡି ଅଧିକାରୀ ଶ୍ରୀ ଦାଶ ଗ୍ରାମର ‌ଅନ୍ୟ କିଛି ଭଦ୍ର ଲୋକଙ୍କୁ ଡକାଇ ଆଇନ ଭଙ୍ଗ କଲେ ମାମଲା ରୁଜୁ ହେବ ବୋଲି କହି ତାଗିଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe