ଚିଲିକାରେ ପ୍ରଥମଥର ପାଇଁ ଓହ୍ଲାଇଲା ସି-ପ୍ଲେନ ! ଗ୍ରାମବାସୀ ଭୟଭୀତ, ସେପଟେ ପ୍ରଶାସନ ପାଖରେ ଘଟଣାର ନାହିଁ ସୂଚନା

Advertisment
ଚିଲିକାରେ ପ୍ରଥମଥର ପାଇଁ ଓହ୍ଲାଇଲା ସି-ପ୍ଲେନ ! ଗ୍ରାମବାସୀ ଭୟଭୀତ, ସେପଟେ ପ୍ରଶାସନ ପାଖରେ ଘଟଣାର ନାହିଁ ସୂଚନା

source : Pragativadi

କନକ ବ୍ୟୁରୋ : ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ସମୟ। ହଠାତ ଆକାଶରେ ଏକ ଶବ୍ଦ ଶୁଣି ଲୋକେ ଚମକି ପଡିଥିଲେ। ଅନାଇବା ବେଳକୁ ଚିଲିକା ମୁହାଣରେ ଓହ୍ଲାଇଲା ଏକ ସି-ପ୍ଲେନ୍। ଅରଖକୁଦା ଓ ସାନପାଟଣା ଗ୍ରାମର ଅଧିକାଂଶ ଲୋକ ଏ ଦୃଶ୍ୟ ଦେଖି ବିସ୍ମିତ ହୋଇ ପଡିଥିଲେ। ସି-ପ୍ଲେନ୍ ପାଖାପାଖି ୧୫ ମିନିଟ ପାଣିରେ ଭାସମାନ ଅବସ୍ଥାରେ ରହି ପୁଣି ଉଡ଼ି ପଳାଇଥିଲା। ସମୁଦ୍ର ଭିତରେ ଏହି ଉଡ଼ାଜାହାଜ ଅବତରଣ କରିବା ବେଳେ କିଛି ମାଛଧରାଳି ଭୟଭୀତ ହୋଇ ପଡ଼ିଥିଲେ। ଜଣେ ନୁହେଁ, ଏକାଧିକ ଲୋକ ଏହାକୁ ଦେଖିଥିବା କହିଛନ୍ତି।

publive-imageତେବେ ଚିଲିକା ମୁହାଣରେ ସି-ପ୍ଲେନ୍ ଓହ୍ଲାଇଥିବା ଖବର ପୁଲିସ ପାଖରେ ନଥିବା କହିଛି। ଅରଖକୁଦାର ରବି ନାରାୟଣ ବେହେରା ଓ ପ୍ରଦୀପ ବେହେରାଙ୍କ କହିବା ଅନୁସାରେ, ଆଜି ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍ ସମୟରେ ଏକ ସି-ପ୍ଲେନ୍ ଚିଲିକା ମୁହାଣରେ ଓହ୍ଲାଇଥିଲା। ଓହ୍ଲାଇବା ବେଳେ ପ୍ରଚଣ୍ଡ ଶବ୍ଦ କରିଥିଲା। ସେହିଭଳି ସାନପାଟଣା ଗ୍ରାମର ଗହ୍ମା ବେହେରା, ରାମ ବେହେରା, ଅଗାଧୁ ବେହେରାଙ୍କ ସମେତ ସମୁଦ୍ରରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ଏହି ସି-ପ୍ଲେନକୁ ନଙ୍ଗାନାଶୀ ମୁହାଣରେ ଓହ୍ଲାଇଥିବାର ଦେଖିଛନ୍ତି। ତେବେ ଏହି ପ୍ଲେନଟି ବେଶୀ ସମୟ ନରହି ମାତ୍ର ୧୦ରୁ ୧୫ ମିନିଟ୍ ଭିତରେ ପଳାଇଥିଲା। ଚିଲିକାରେ ଓ୍ଵାଟର ଏରୋଡ୍ରମକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଚିଲିକାରେ ବିନା ଅନୁମତିରେ ସି-ପ୍ଲେନ୍ ଅବତରଣ କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe