ନନ୍ଦନକାନନରେ ସଫାରୀ ବସ୍ ଉପରେ ଭାଲୁ ଆକ୍ରମଣ ଘଟଣା : ନିୟମଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ନନ୍ଦନକାନନ କର୍ତୃପକ୍ଷ

126

କନକ ବ୍ୟୁରୋ : ନନ୍ଦନକାନନରେ ସଫାରୀ ବସ୍ ଉପରେ ଭାଲୁ ଆକ୍ରମଣ ଘଟଣା । ନିୟମଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ନନ୍ଦନକାନନ କର୍ତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।
ତେବେ ଗତକାଲିର ଘଟଣାରେ ଗାଇଡ ନିୟମ ଉଲ୍ଲଙ୍ଘନ କରିଥିବା କହିଛନ୍ତି କର୍ତୃପକ୍ଷ । ପର୍ଯ୍ୟଟକଙ୍କୁ ବୁଲାଇବା ସମୟରେ ଭାଲୁକୁ ଖାଇବାକୁ ଦେଇଥିଲେ ଟୁର ଗାଇଡ । ଏହାପରେ ଭାଲୁଟି ଗାଇଡଙ୍କୁ ଆକ୍ରମଣ କରିଥିଲା । ଏନେଇ ନିୟମଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ନନ୍ଦନନକାନନ ଗାଇଡ ମାନଙ୍କ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ଗାଇଡଲାଇନ କରାଯିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ । ବନ୍ୟଜନ୍ତୁଙ୍କୁ ଦେଖାଇବା ପଇଁ ପର୍ଯ୍ୟଟକଙ୍କୁ ବୁଲାଇ ନେଇଯାଉଥିବା ଗାଇଡ୍ ମାନେ କିପରି ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବେ ସେନେଇ ଗାଇଡଲାଇନ୍ ଜାରି କରିପାରନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଗତକାଲି ନନ୍ଦନକାନନରେ ଘଟିଥିବା ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ।