କନକ ବ୍ୟୁରୋ: ବରିଷ୍ଠ କିରଣ ଚୌଧୁରୀ ତାଙ୍କ ଝିଅ ହରିଆଣା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଜେପିରେ ଯୋଗ ଦେଇଛନ୍ତି । ଗତକାଲି ମା ଝିଅ କଂଗ୍ରେସ ସହ ବହୁ ବର୍ଷର ସର୍ମ୍ପକ ଭାଙ୍ଗି ଦଳରୁ ଇସ୍ତଫା ଦେଇଥିଲେ ।
ହରିଆଣାର ତିନିଥର ମୁଖ୍ୟମନ୍ତ୍ରୀ ଥିବା ଚୌଧୁରୀ ବଂଶୀଲାଲଙ୍କ ବୋହୂ କିରଣ ଚୌଧୁରୀ ତୋସମ ବିଧାନସଭା ଆସନରୁ ୨୦୦୫ରୁ ଲଗାତାର ଜିତି ଆସୁଛନ୍ତି । ତାଙ୍କ ଝିଅ ଶ୍ରୁତି ଭିବାନୀ ମହିନ୍ଦ୍ରଗଡ ଲୋକସଭା ଆସନ ୨୦୦୯ରେ ଜିତିଥିଲେ । ମାତ୍ର ଏଥରକ ଲୋକସଭା ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳିନଥିଲା । ଯାହାକୁ ନେଇ ଉଭୟ ମା ଝିଅ ଅସନ୍ତୁଷ୍ଟ ଥିଲେ । ଏତତ ବ୍ୟତିତ ହରିଆଣାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ସହ କିରଣଙ୍କ ଭଲ ସର୍ମ୍ପକ ନଥିଲା ।
ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ୫ଟି ଆସନ ଜିତି ବିଜେପିକୁ ଭଲ ଟକ୍କର ଦେଇଥିଲା ।ଏହି ଆଧାରରେ ନଭେମ୍ବର ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦଳ କ୍ଷମତାକୁ ଆସିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଥିଲା । ମାତ୍ର କିରଣଙ୍କ ଭଳି ଜଣେ ବରିଷ୍ଠ ନେତ୍ରୀଙ୍କ ବିଜେପିରେ ଯୋଗଦାନ କଂଗ୍ରେସକୁ ନିଶ୍ଚୟ ଧକ୍କା ଦେବ ।
ଚାଷୀ ଆନ୍ଦୋଳନ ଯୋଗୁଁ ହରିଆଣା ପଂଜାବରେ ପ୍ରମୁଖ ଜାଠ ସମ୍ପ୍ରଦାୟ ବିଜେପଠୁ ଦୂରେଇଯାଇଥିଲେ । ଏବେ କିିରଣଙ୍କ ଯୋଗଦାନ ବିଜେପିକୁ ଜାଠ ସମ୍ପ୍ରଦାୟ ଭିତରେ ଅସନ୍ତୋଷ କମାଇବା ଦିଗରେ ସାହାର୍ଯ୍ୟ କରିବ । କିରଣଙ୍କ ମିିଶିବାପରେ ହରିଆଣାର ତିନି ପ୍ରମୁଖ ରାଜନୀତି ପରିବାରର ଦାୟଦ ଏବେ ବିଜେପିର ସଦସ୍ୟ ହୋଇଛନ୍ତି । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପୁଅ କୁଲଦୀପ ବିଷ୍ଣୋଇ, ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲଙ୍କ ପୁଅ ରଣଜିତ ଚୌଟାଲା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/6672d7b83c59e-kiran-choudhry-is-daughter-in-law-of-former-haryana-chief-minister-bansi-lal-and-a-sitting-mla-from-190558643-16x9-1.webp)