କନକ ବ୍ୟୁରୋ : ପାଖେଇ ଆସିଲାଣି ଆମେରିକା ରାଷ୍ଟ୍ରପତି ନିର୍ବାଚନ । କିଛି ଦିନ ପରେ ପଡିବ ଭୋଟ । ଏହା ପୂର୍ବରୁ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଡେମୋକ୍ରେଟିକ ନ୍ୟାସନାଲ କନଭେନସନର ୨ୟ ଦିନରେ ଓବାମା ବଡ ବୟାନ ଦେଇଛନ୍ତି । ହ୍ୟାରିସଙ୍କୁ ସମର୍ଥନ ଜଣାବା ସହ ଖୁବ ପ୍ରଂଶସା କରିଛନ୍ତି ଓବାମା ।ଆମେରିକାରେ ନୂତନ ଅଧ୍ୟାୟ ଇତିହାସ ରଚିବ ଓ କମଲା ହ୍ୟାରିସ ଏହା ପାଇଁ ପ୍ରସ୍ତୁତ ବୋଲି ଓବାମା କହିଥିଲେ ।ଆମେରିକା ବାସୀଙ୍କୁ ସମ୍ବୋଧିତ କରି ଓବାମା ଏକଥା ମଧ୍ୟ କହିଛନ୍ତି ନେତା ବାଛିବା ବଡ କଥା ନୁହେଁ କିନ୍ତୁ ଏପରି ଜଣେ ନେତା ନିର୍ବାଚିତ ହୋଇ ଆସିବା ଉଚିତ ଯିଏ ଲୋକଙ୍କୁ ବୁଝେ, ଲୋକଙ୍କ ସହ ସମୟ କାଟିଛି, ଲୋକଙ୍କ ପାଇଁ ସବୁବେଳେ ଚିନ୍ତିତ ।ନଭେମ୍ବର ୫ରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାନ । ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବେ ଭାରତୀୟ ବଂଶୋଦ୍ଭ କମଲା ହ୍ୟାରିସ ।୧୬କୋଟି ଆମେରିକୀୟ ଭୋଟର ୬୦ତମ ରାଷ୍ଟ୍ରପତି ବାଛିବେ ।
ନିର୍ବାଚନ ପାଇଁ ସରଗରମ ଆମେରିକା ରାଜନୀତି । ବାଇଡେନଙ୍କ ପରେ ହ୍ୟାରିସଙ୍କ ସମର୍ଥନ ଜଣାଇ ପ୍ରଶଂସା କଲେ ଓବାମା ଦମ୍ପତ୍ତି
/kanak/media/post_attachments/wp-content/uploads/2024/08/8-30.jpg)