କନକ ବ୍ୟୁରୋ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ପୂର୍ବରୁ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ କଂଗ୍ରେସକୁ କିପରି ଉପରକୁ ଉଠାଇବାକୁ ପଡିବ ସେ ନେଇ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଦଳକୁ ଦେଇଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ । ହେଲେ ଏହାକୁ କଂଗ୍ରେସ ଗ୍ରହଣ କରିବ କି ନାହିଁ ସେ ନେଇ ଆଜି କଂଗ୍ରେସର ଏକ ବୈଠକରେ ନିଷ୍ପତ୍ତି ହେବ । ପ୍ରଶାନ୍ତଙ୍କ ନିଷ୍ପତ୍ତି ତଥା ଟିପ୍ସକୁ ଗ୍ରହଣ କରାଯିବ କି ନାହିଁ ସେ ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବ ।
Advertisment
ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ସି. ବେଣୁଗୋପାଲ, ମୁକୁଲ ବାସନିକ, ଅମ୍ବିକା ସୋନି, ଜୟରାମ ରମେଶ, ଦିଗବିଜୟ ସିଂହ ଓ ରଣଦୀପ ସିଂହ ସାମିଲ ହେବେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବରିଷ୍ଠ ନେତା ଏକେ ଆଣ୍ଟୋନୀ ମଧ୍ୟ ଏହି ବୈଠକରେ ସାମିଲ ହେବାର ସୂଚନା ରହିଛି ।
ଗତ କିଛି ଦିନରେ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଅନେକ ପର୍ୟ୍ୟାୟ ବୈଠକ କରିସାରିଲେଣି। ଶନିବାର ସକାଳେ ପିକେ ଚନ୍ଦ୍ରଶେଖର ରାଓଙ୍କ ଘରେ ପହଞ୍ଚିଥିଲେ  । କେବଳ ୨୦୨୩ ବିଧାନସଭା ନିର୍ବାଚନ ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ଉଭୟ(କେସିଆର ଓ ପିକେ)ଙ୍କ ମଧ୍ୟରେ ଆଲୋଚନା ଚାଲିଛି ଜ୍ଝ ତେବେ ବଡ କଥା ଯେ ତେଲେଙ୍ଗାନାରେ ଟିଆରଏସ ଓ କଂଗ୍ରେସ ପରସ୍ପରର ବିରୋଧୀ ହୋଇଥିବାବେଳେ ଚନ୍ଦ୍ରଶେଖରଙ୍କ ବିପକ୍ଷରେ ରାଜନୀତି ପାଇଁ ଖୋଦ ରାହୁଲ ଗାନ୍ଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚାଆ ଜୋର ଧରିଛି।