ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ ୟେସ୍ ବ୍ୟାଙ୍କ । ପୂର୍ଣ୍ଣ କାଳୀନ ବ୍ୟାଙ୍କିଂ ସେବା ଯୋଗାଇ ଦେବା ନେଇ ଟୁଇଟ୍ କରି ସୂଚନା ଦେଲେ କର୍ତ୍ତୃପକ୍ଷ

ପୁର୍ନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇଛି ଷ୍ଟେଟ ବ୍ୟାଙ୍କ

217

କନକ ବ୍ୟୁରୋ: ଆସନ୍ତା ବୁଧବାର ଅର୍ଥାତ ମାର୍ଚ୍ଚ ୧୮ ସନ୍ଧ୍ୟା ୬ଟାରୁ ପୁଣି ଥରେ ପୂର୍ଣ୍ଣକାଳୀନ ଭାବେ ବ୍ୟାଙ୍କିଂ ସେବା ଯୋଗାଇଦେବ ଦେବାଳିଆ ହୋଇପଡିଥିବା ୟେସ୍ ବ୍ୟାଙ୍କ । ଏନେଇ ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଦେଶରେ ଥିବା ୟେସ୍ ବ୍ୟାଙ୍କର ୧ହଜାର ୧୩୨ଟି ଶାଖା ମାର୍ଚ୍ଚ ୧୯ତାରିଖରୁ ପୂର୍ଣ୍ଣ ଭାବେ ସେବା ଯୋଗାଇ ଦେବା ନେଇ ବ୍ୟାଙ୍କ ତରଫରୁ କୁହାଯାଇଛି ।

କେନ୍ଦ୍ର ସରକାର ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଘରୋଇ ବ୍ୟାଙ୍କର ପୁର୍ନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇବା ପରେ ଏହା ସମ୍ଭବ ହେବାକୁ ଯାଉଛି । ତେବେ ଏହି ସୁବିଧା ଉଭୟ ଡିଜିଟାଲ ଓ କାଉଁଂଟରରେ ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆରବିଆଇ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଜାରି ପରେ ଇଂଟରନେଟ୍ ବ୍ୟାଙ୍କିଂ, ୟୁପିଆଇ ପେମେଂଟ ଓ ଏଟିଏମରୁ ଟଙ୍କା ଉଠାଣ ବାଧାପ୍ରାପ୍ତ ହୋଇଥିଲା । ତେବେ ୟେସ୍ ବ୍ୟାଙ୍କର ପୁର୍ନରଉଦ୍ଧାର ପାଇଁ ଆଇବିଆଇର ପ୍ରସ୍ତାବ ଅନୁସାରେ ଶୁକ୍ରବାର ପୁର୍ନରୁଦ୍ଧାର ସ୍କିମକୁ ମଞ୍ଜୁରି ଦେଇଥିଲେ କେନ୍ଦ୍ର କ୍ୟାବିନେଟ୍ ।