ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲିଠାରୁ ତାଙ୍କୁ ଜେରା କରୁଥିଲା ଇଡି। ଭୋର ୪ଟା ବେଳେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗତକାଲି ତାଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯିବା ସହିତ ଜେରା ଚାଲିଥିଲା। ଏଥିସହିତ ରାଣାଙ୍କ ୩ ଝିଅଙ୍କ ଘରେ ମଧ୍ୟ ଇଡି ଚଢ଼ଉ କରିଛି। ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ଏହି ଚଢ଼ଉ ହୋଇଥିବା ଏକ ସୂତ୍ରରୁ ଜଣାଯାଇଛି। ରାଣାଙ୍କ ଝିଅ ରାକ୍ଷୀ କପୁର ଟଣ୍ଡନ, ରୋଶନୀ କପୁର ଏବଂ ରାଧା କପୁରଙ୍କ ଘରେ ଚଢ଼ଉ ହୋଇଛି।
ସୂଚନାଯୋଗ୍ୟ ଯେ, ଆର୍ଥୀକ ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଗତ ଗୁରୁବାର ଦିନ କଟକଣା ଜାରି କରିଥିଲା। ଏଥିସହିତ ବ୍ୟାଙ୍କରୁ ୩୦ ଦିନ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି କରିଛି। ଏହା ପରେ ଇଡି ପକ୍ଷରୁ ରାଣା ଏବଂ ଅନ୍ୟମାନଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ରାତିରେ ଇଡି ଅଧିକାରୀମାନେ ରାଣା କପୁରଙ୍କ ମୁମ୍ବାଇର ସମୁଦ୍ର ମହଲସ୍ଥିତ ବାସଭବନରେ ଚଢ଼ଉ କରିବା ସହିତ ଜେରା କରିଥିଲେ। ସାରା ରାତି ତାଙ୍କୁ ଜେରା କରାଯାଇଥିଲା। ଏଥିସହିତ କପୁର ଦମ୍ପତି ଯେଭଳି ଦେଶ ଛାଡ଼ି ନଯିବେ ସେଥିପାଇଁ ସେମାନଙ୍କ ବିରୋଧରେ ଇଡି ଲୁକ୍-ଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/Rana-Kapoor-Yes-Bank.jpg)
/kanak/media/post_attachments/wp-content/uploads/2020/03/rana-kapoor_rg_660_12301402123-770x433-300x169.jpeg)