ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ଜାରି ହେଲା ଲୁକ୍ ଆଉଟ ନୋଟିସ୍ । ବିଦେଶ ଗସ୍ତ ଉପରେ ରୋକ୍, ମୁମ୍ବାଇ ସ୍ଥିତ ଘରେ ଇଡିର ଛାନଭିନ

231

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଅର୍ଥାତ ଏଣିକି ରାଣା କପୁର ଦେଶ ଛାଡି ବିଦେଶକୁ ଯାଇପାରିବ ନାହିଁ । ଅନ୍ୟପଟେ ଯାଂଚ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିର ଏକ ଟିମ୍ ରାଣାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପହଁଚିଛି । ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ଇଡିର ଟିମ ମନି ଲଣ୍ଡରିଂ କରିଥିବା ଅଭିଯୋଗରେ ରାଣା କପୁର ନାରେ ମାମଲା ରୁଜୁ କରିଛି । ଏହାପରେ ଇଡି ରାଣା କପୁରର ଘରର ଯାଂଚ କରିଛି । ଡିଏଚଏଫଲ ଦୁର୍ନୀତିକୁ ନେଇ ରାଣା କପୁରଙ୍କ ଘରେ ଇଡି ଯାଂଚ କରିଛି ।

ସୂଚନା ଅନୁଯାୟୀ ଡିଏଚଏଫଏଏର ୭୯ ନକଲି କମ୍ପାନୀ ଓ ଏକ ଲକ୍ଷ ନକଲି ଗ୍ରାହକଙ୍କ ସହଯୋଗରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଘୋଟାଲ ହୋଇଥିବା ଅଭିଯୋଗ ରହିଛି । ୟେସ୍ ବ୍ୟାଙ୍କ ୨୦୦୪ରେ ରାଣା କପୁର ଓ ଅଶୋକ କପୁରଙ୍କ ମିଶିକରି ଆରମ୍ଭ କରିଥିଲେ । ସେହି ସମୟରେ ଉଭୟଙ୍କର ବେଶ୍ ନାଁ ରହିଥିଲା । ରାଣା କପୁର ଦିଲ୍ଲୀ ଶ୍ରୀରାମ କଲେଜ ଅଫ୍ କମର୍ସରେ ପଢ଼ିବା ପରେ ନ୍ୟୁଜର୍ସିର ରଟଗର୍ସ ବିଶ୍ୱବିଦ୍ୟାଳୟରୁ ଏମବିଏ ପାଠ ପଢ଼ିଥିଲେ । ଏପରିକି ସେ ୧୬ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ୍ ଆମେରିକାରେ ଚାକିରି ମଧ୍ୟ କରିଥିଲେ । ଦେଶର ଏତେ ବଡ ବଡ ଲୋକଙ୍କ ଦ୍ୱାରା ଗଠନ କରାଯାଇଥିବା ୟେସ୍ ବ୍ୟାଙ୍କ ଏବେ ସଂକଟ ମଧ୍ୟ ଦେଇ ଗତି କରୁଛି । ଆଉ ଏଥିରେ ହସ୍ତକ୍ଷେପ କରିଛି ଆରବିଆଇ ।