କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ମାଲବାହୀ ଜାହଜକୁ ହାଇଜାକ କରିନେଇଛନ୍ତି ୟେମେନ ହାଉଥି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ହାମସ-ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି କାର୍ଗୋ ସିପକୁ ବଳପୁର୍ବକ ନିଜ ଅକ୍ତିଆରକୁ ନେଇଛି ୟେମେନ ହାଉଦି ମିଲିଟାଂଟ ଗ୍ରୁପ । ଯାହାର ଭିଡିଓ ଫୁଟେଜ ୟେମେନ ହାଉଥି ପକ୍ଷରୁ ସେୟାର କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏକ ହେଲିକ୍ୟାପ୍ଟରରେ ଅସ୍ତ୍ରଶସ୍ତ୍ର ଧରି ୟେମେନ ହାଉଦି ମିଲିଟାଣ୍ଟ ଗ୍ରୁପ ଜାହାଜ ଉପରେ ଓହ୍ଲାଇବା ସହ ଜାହାଜକୁ ହାଇଜାକ କରିନେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ମାଲବାହୀ ଜାହାଜ ମାଲିକାନାର କିଛି ଅଂଶ ଜଣେ ଇସ୍ରାଏଲ ବ୍ୟବସାୟୀଙ୍କ ଅଛି । ତେଣୁ ୟେମେନ ହାଉଥି ମିଲିଟାରି ଗ୍ରୁପ ଏହାକୁ ହାଇଜକ କରିଥିବା ଦାବି କରିଛନ୍ତି । କିନ୍ତୁ ଇସ୍ରାଏଲ କହିଛି, ଏହି ଜାହାଜ ଜଣେ ବ୍ରିଟିଷ୍ଟ ବ୍ୟବସାୟୀଙ୍କର । ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛି ଇସ୍ରାଇଲ । ଏହା ପଛରେ ଇରାନର ହାତ ଥିବା ଅଭିଯୋଗ ଆଣିଛି । ଜାହାଜରେ ୨୫ ଜଣିଆ କ୍ର୍ୟୁ ସଦସ୍ୟ ରହିଛନ୍ତି ।