ପଶ୍ଚିମଝଡ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା । ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି

1,514

କନକ ବ୍ୟୁରୋ : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ତେବେ ବର୍ଷା କମିବା ପରେ ପୁଣି ଶୀତ ଫେରିବ ବୋଲି କହିଛି ପାଣିପାଗ କେନ୍ଦ୍ର ।
ଗତ ଦୁଇଦିନ ହେବ ରାଜ୍ୟରେ କମିଛି ଶୀତର ପ୍ରଭାବ । କିନ୍ତୁ ଘନ କୁହୁଡି ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବର୍ଷା କାରଣରୁ ଥଣ୍ଡା ଟିକିଏ କମିଥିବା ବେଳେ ଏହା ପରେ ପୁଣି ଥଣ୍ଡା ବଢିବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି ।