କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ଆସନ୍ତା ୩ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୩ ଘଣ୍ଟା ମଧ୍ୟରେ ୩ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ କଚ୍ଚା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ସେହିପରି ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିବାର ମଧ୍ୟ ଆଶଙ୍କା ଥିବାରୁ ସତର୍କ କରାଯାଇଛି। ଆଗାମୀ ୩ ଘଣ୍ଟା ଯାଏ ଏହି ୩ ଜିଲ୍ଲାବାସୀଙ୍କୁ ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦିଆଯାଇଛି।
ସାରା ରାଜ୍ୟରେ ବର୍ଷା ; ଆଜି ପାଇଁ ୧୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ
/kanak/media/post_attachments/wp-content/uploads/2024/07/6-35.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)