ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’! ଓଡ଼ିଶାକୁ ‘ୱେଲୋ ୱାର୍ଣ୍ଣିଂ’, ଜାଣନ୍ତୁ.. କେଉଁ ଜିଲ୍ଲାକୁ ଅଧିକ ବିପଦ ଏବଂ କିଭଳି ରହିଛି ପ୍ରସ୍ତୁତି ।

Advertisment
‘ଫୋନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଭୟଭୀତ ନହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

କନକ ବ୍ୟୁରୋ: ଉଗ୍ର ହେଉଛି ବାତ୍ୟା ‘ଫୋନି’ । ସାରା ରାଜ୍ୟକୁ ଡ଼ରାଉଛି ଆଉ ଲୋକଙ୍କ ମନରେ ଭୟ ଘାରିଛି । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରାଯାଇଛି । ଆଉ ଯେଉଁ ସବୁ ଜିଲ୍ଲାକୁ ‘ଫୋନି’ ଅଧିକ ପ୍ରଭାବିତ କରିପାରେ ସେଗୁଡ଼ିକ ହେଲା- ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ । ଅନ୍ୟପଟେ ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

publive-imageଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ, ସାମୁଦ୍ରିକ ଝଡ଼ ‘ଫୋନି’ ଆଜି ଉତ୍ତରପଶ୍ଚିମ ଦିଗରେ ଗୋପାଳପୁର ଓ ଚାନ୍ଦବାଲିକୁ ଛୁଇଁବା ପରେ ଏହା ୩ ତାରିଖକୁ ଦକ୍ଷିଣ ଦିଗ ପୁରୀ ଆଡ଼େ ମୁହାଁଇବ । ତେବେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପବନର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟର ବହିବାକୁ ଥିବା ବେଳେ ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ୧୩୦ କିଲୋମିଟର ବେଗରେ ପବନ ବହିବ।

ସେହିପରି ନୟାଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଳାରେ ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ। ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି , ‘ଫୋନି’ରେ ଅଧିକ ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡ଼ିକୁ ସତର୍କ ରହିବା ପାଇଁ ଉକ୍ତ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe