କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବହାରରେ ସନ୍ତୁଳି ହେଉଛି ସାରା ଓଡିଶା । ରାତି ପାହିବା ପରେ ସମୟ ବଢ଼ିବା ସହ ଦିନର ତାପମାତ୍ରା ବଢ଼ି ବଢ଼ି ଚାଲିଛି । ସକାଳ ୮ଟା ପରେ ଘରୁ ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଯାଉଛି । ଟାଇଁ ଟାଇଁ ଖରାରେ ଶହେ ମିଟର ଯିବା ବି କଷ୍ଟକର ହୋଇପଡୁଛି । ଘରେ ବି ରହିବା ମୁସ୍କିଲ ହେଉଛି । ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ତାତି ବଢ଼ିବା ଯୋଗୁଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ବିି ତ୍ରାହି ଡାକିଲେଣି ।

Advertisment

ସ୍ଥିତିକୁ ନଜରରେ ରଖି ରାଜ୍ୟର ୪ଜିଲ୍ଲା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଶ୍ଚିମଓଡିଶାରେ କିଛି ଦିନ ପାରଦ ଟିକେ କମ୍ ରହିବା ପରେ ଏବେ ପୁଣି ରେକର୍ଡ ଭାଙ୍ଗୁଛି । ବିଶେଷକରି ବଲାଙ୍ଗୀର, ସୋନପୁର ଭଳି ଜିଲ୍ଲା ପ୍ରତ୍ୟକ ଦିନ ଅଲୋଡା ରେକର୍ଡ କରୁଛନ୍ତି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଗ୍ରୀଷ୍ମ ପ୍ରବାହ ଆଗକୁ ଏମିତି ଜାରି ରହିବ ବୋଲି ପାଣିପାଗ ବିଭାଗର ଆକଳନ ।