କନକ ବ୍ୟୁରୋ: ସକାଳୁ ସକାଳୁ ଘନ କୁହୁଡି ସାଙ୍କକୁ ଶୀତରେ ଥରୁଛି ଓଡିଶା । ବଙ୍ଗୋପସାଗର ପାଶ୍ୱର୍ବର୍ତି ଓଡିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘନ କୁହୁଡିର ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ୮ଟି ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି । ଏଥିସହ ପଶ୍ଚିମାଝଡ ଓ ଗୁରୁଚାପ ବଳୟର ପ୍ରଭାବରେ ଆସନ୍ତା ୧ ଓ ୨ ତାରିଖରେ ଉତର ଓଡିଶାର କେତେକ ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଫେବୃଆରି ୧ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/2-57.jpg)