ଟିପୁ ସୁଲତାନ ଜୟନ୍ତୀକୁ ବନ୍ଦ କରିବେ କର୍ଣ୍ଣାଟକ ସରକାର ! ନିର୍ଦ୍ଦେଶ ଜାରି କଲେ ୟେଦ୍ୟୁରପ୍ପା ସରକାର ।

178

କର୍ଣ୍ଣାଟକର ନବନିଯୁକ୍ତ ବିଜେପି ସରକାର ରାଜ୍ୟରେ ମହୀଶୂର ବୀର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜୟନ୍ତୀ ପାଳନ ଦ୍ୱାରା ସାଂପ୍ରଦାୟିକ ସଦ୍ଭାବ ନଷ୍ଟ ହେବାସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ଏହାକୁ ବନ୍ଦ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି । ରାଜ୍ୟରେ ୨୦୧୫ଠାରୁ ପ୍ରତିବର୍ଷ ନଭେମ୍ବର ମାସରେ ଟିପୁ ଜୟନ୍ତୀ ପାଳନ ହୋଇଆସୁଛି । ତତ୍କାଳୀନ କଂଗ୍ରେସ ସରକାର ରାଜ୍ୟ ସରକାରଙ୍କ ଏକ ବାର୍ଷିକ ସାଂସ୍କୃତିକ ସମାରୋହ ଭାବେ ଏହାକୁ ଆରମ୍ଭ କରିଥିଲେ । କିନ୍ତୁ ବିଜେପି ଏହାକୁ ବିରୋଧ କରିଆସୁଥିଲା । ସଂଖ୍ୟାଲଘୁ ତୁଷ୍ଟୀକରଣ ପାଇଁ ଏହାକୁ ପାଳନ କରାଯାଉଥିଲା ବୋଲି ବିଜେପି ଅଭିଯୋଗ କରୁଥିଲା ।

ଏବେ ରାଜ୍ୟରେ ବିଜେପି ସରକାର ଗଠନର ମାତ୍ର ୩ ଦିନ ମଧ୍ୟରେ ଓ ଆସ୍ଥାଭୋଟ ଜିଣିବାର ଦିନକ ପରେ ୟେଦ୍ୟୁରାପ୍ପା ସରକାର ଏହି ଉତ୍ସବ ପାଳନକୁ ବନ୍ଦ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ଟିପୁ ସୁଲତାନଙ୍କୁ କଂଗ୍ରେସ ଜଣେ ସ୍ୱାଧୀନତା ସଂଗ୍ରାମୀଭାବେ ଦେଖୁଥିବାବେଳେ କର୍ଣ୍ଣାଟକ ବିଶେଷକରି ମହୀଶୂରରେ ଲୋକମାନେ ତାଙ୍କୁ ଜଣେ ହିନ୍ଦୁ ହତ୍ୟାକାରୀବୋଲି ଦାବି କରନ୍ତି ।