କର୍ଣ୍ଣାଟକ ବିଜେପି ପ୍ରମୁଖ ବିଏସ୍ ୟେଦୁରପ୍ପାଙ୍କ ଦାବି : ଲୋକସଭାରେ ୨୨ ସିଟ୍ ଜିତିଲେ, ୨୪ ଘଂଟାରେ କର୍ଣ୍ଣାଟକରେ ଗଢ଼ିବେ ସରକାର

160

କର୍ଣ୍ଣାଟକ ବିଜେପି ପ୍ରମୁଖ ବିଏସ୍ ୟେଦୁରପ୍ପା ଦାବି କରିଛନ୍ତି କି ଯଦି ତାଙ୍କ ଦଳ ଲୋକସଭା ନିର୍ବାଚନରେ ୨୨ଟି ସିଟ୍ ହାସଲ କରୁଛି, ତେବେ ୨୪ ଘଂଟା ଭିତରେ ରାଜ୍ୟରେ ସରକାର ଗଢ଼ିବ । ଗତ ଲୋକସଭା ନିର୍ବାଚନରେ ବିଜେପି ଖାତାରେ ୧୬ଟି ସିଟ୍ ମିଳିଥିଲା, ଯେବେକି କଂଗ୍ରେସକୁ ୧୦ ଓ ଜନତା ଦଳ-ସେକ୍ୟୁଲାର ୨ଟି ଲୋକସଭା ସିଟ୍ ହାସଲ କରିଥିଲା ।

ଏହା ପୂର୍ବରୁ କର୍ଣ୍ଣାଟକ ବିଜେପିର ପ୍ରମୁଖ ବିଏସ୍ ୟେଦୁରପ୍ପା କହିଥିଲେ କି, ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତ ହଠାତ୍ କରିଥିବା ଆକ୍ରମଣ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରେ ଲୋକ ସନ୍ତୁଷ୍ଟ ଅଛନ୍ତି । ଏବଂ ଏହା ଦ୍ୱାରା ଦଳକୁ ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟରେ ୨୮ରୁ ୨୨ଟି ସିଟ୍ ଜିତିବାରେ ସାହାଯ୍ୟ ମିଳିବ ।

ୟେଦୁରପ୍ପା କହିଥିଲେ କି, “ଦିନକୁ ଦିନ ବିଜେପି ପକ୍ଷରେ ସମର୍ଥନ ବଢ଼ି ବଢ଼ି ଚାଲିଛି । ପାକିସ୍ତାନ ଭିତରକୁ ପସି ଆତଙ୍କବାଦୀଙ୍କ କ୍ୟାମ୍ପକୁ ବର୍ବାଦ କରିବା ପଦକ୍ଷେପ ଦ୍ୱାରା ଦେଶରେ ମୋଦିଙ୍କ ସମର୍ଥନ ବଢ଼ି ବଢ଼ି ଚାଲିଛି ଏବଂ ଏହାର ପରିଣାମ ଆଗାମୀ ଲୋକସଭା ନିର୍ବାଚନରେ ନଜର ଆସିପାରେ । ଏହି ପଦକ୍ଷେପ ଦ୍ୱାରା ଯୁବପିଢିଙ୍କ ମଧ୍ୟରେ ଜୋଶ୍ ଆସିଯାଇଛି, ଯାହାକି ଆମକୁ ୨୨ଟି ଲୋକସଭା ସିଟ୍ ଜିତିବାରେ ସହାୟକ ହେବ ।”