କର୍ଣ୍ଣାଟକ ବିଜେପି ପ୍ରମୁଖ ବିଏସ୍ ୟେଦୁରପ୍ପା ଦାବି କରିଛନ୍ତି କି ଯଦି ତାଙ୍କ ଦଳ ଲୋକସଭା ନିର୍ବାଚନରେ ୨୨ଟି ସିଟ୍ ହାସଲ କରୁଛି, ତେବେ ୨୪ ଘଂଟା ଭିତରେ ରାଜ୍ୟରେ ସରକାର ଗଢ଼ିବ । ଗତ ଲୋକସଭା ନିର୍ବାଚନରେ ବିଜେପି ଖାତାରେ ୧୬ଟି ସିଟ୍ ମିଳିଥିଲା, ଯେବେକି କଂଗ୍ରେସକୁ ୧୦ ଓ ଜନତା ଦଳ-ସେକ୍ୟୁଲାର ୨ଟି ଲୋକସଭା ସିଟ୍ ହାସଲ କରିଥିଲା ।
ଏହା ପୂର୍ବରୁ କର୍ଣ୍ଣାଟକ ବିଜେପିର ପ୍ରମୁଖ ବିଏସ୍ ୟେଦୁରପ୍ପା କହିଥିଲେ କି, ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତ ହଠାତ୍ କରିଥିବା ଆକ୍ରମଣ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରେ ଲୋକ ସନ୍ତୁଷ୍ଟ ଅଛନ୍ତି । ଏବଂ ଏହା ଦ୍ୱାରା ଦଳକୁ ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟରେ ୨୮ରୁ ୨୨ଟି ସିଟ୍ ଜିତିବାରେ ସାହାଯ୍ୟ ମିଳିବ ।
ୟେଦୁରପ୍ପା କହିଥିଲେ କି, "ଦିନକୁ ଦିନ ବିଜେପି ପକ୍ଷରେ ସମର୍ଥନ ବଢ଼ି ବଢ଼ି ଚାଲିଛି । ପାକିସ୍ତାନ ଭିତରକୁ ପସି ଆତଙ୍କବାଦୀଙ୍କ କ୍ୟାମ୍ପକୁ ବର୍ବାଦ କରିବା ପଦକ୍ଷେପ ଦ୍ୱାରା ଦେଶରେ ମୋଦିଙ୍କ ସମର୍ଥନ ବଢ଼ି ବଢ଼ି ଚାଲିଛି ଏବଂ ଏହାର ପରିଣାମ ଆଗାମୀ ଲୋକସଭା ନିର୍ବାଚନରେ ନଜର ଆସିପାରେ । ଏହି ପଦକ୍ଷେପ ଦ୍ୱାରା ଯୁବପିଢିଙ୍କ ମଧ୍ୟରେ ଜୋଶ୍ ଆସିଯାଇଛି, ଯାହାକି ଆମକୁ ୨୨ଟି ଲୋକସଭା ସିଟ୍ ଜିତିବାରେ ସହାୟକ ହେବ ।"