କନକ ବ୍ୟୁରୋ : ପୁଅର ମୃତ୍ୟୁକୁ ବର୍ଷେ ବିତିଲାନି । ହେଲେ ଏଯାଏଁ ମିଳିନି ନ୍ୟାୟ । ଭୁବନେଶ୍ୱର ନୀଳାଦ୍ରିବିହାର ପଣ୍ଡାର ବସ୍ତିର ଦୈତ୍ୟରାଜ ନାୟକଙ୍କ ମୃତ୍ୟୁକୁ ବର୍ଷେ ବିତିଛି । ଅଧାପୋଡା ଅବସ୍ଥାରେ ତାଙ୍କ ଶବ ମିଳିଥିଲା । ପରିବାର ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ପଡୋଶୀ ଦୈତ୍ୟରାଜଙ୍କୁ ପୋଡି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ପୁଅର ମୃତ୍ୟୁ ପାଇଁ ନ୍ୟାୟ ଦାବିରେ ଥାନାକୁ ଦୈଡି ଦୈଡି ନୟାନ୍ତ ହେଲେଣି, ହେଲେ ପୋଲିସ ଅପରାଧିକୁ ଗିରଫ କରୁନଥିବା ଅଭିଯୋଗ କରିଛନ୍ତି ।

Advertisment