ୱାଇବି ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ଡିଜି; ୧୯୯୦ ବ୍ୟାଚ୍ ଆଇପିଏସ୍

ୱାଇବି  ଖୁରାନିଆ  ହେଲେ ଓଡିଶାର ନୂଆ ପୋଲିସ ଡିଜି; ୧୯୯୦ ବ୍ୟାଚ୍ ଆଇପିଏସ୍

କନକ ବ୍ୟୁରୋ: ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୁୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି) । ୧୯୯୦ ବ୍ୟାଚର ଆଇପିଏସ୍ ହେଉଛନ୍ତି ଖୁରାନିଆ । ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe