କନକ ବ୍ୟୁରୋ: ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୁୂଆ ପୋଲିସ ମହାନିର୍ଦ୍ଦେଶକ ( ଡିଜିପି) । ୧୯୯୦ ବ୍ୟାଚର ଆଇପିଏସ୍ ହେଉଛନ୍ତି ଖୁରାନିଆ । ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି।
ୱାଇବି ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ଡିଜି; ୧୯୯୦ ବ୍ୟାଚ୍ ଆଇପିଏସ୍
/kanak/media/post_attachments/wp-content/uploads/2024/08/15-14.jpg)