କନକ ବ୍ୟୁରୋ : ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଜାତୀୟ ସ୍ତରୀୟ ସେଲିଂ କୋର୍ସ । ଓଡ଼ିଶାର ବଛା ବଛା ସମୁଦ୍ର ବୁଡାଳି ଏହି କୋର୍ସ ପାଇଁ ଚୟନ । ମହାନଦୀରେ ପାଲ ଟଣା ଡଙ୍ଗାକୁ ଚଳାଇ ୩ ଲେଭଲକୁ ସଠିକ୍ ଢଙ୍ଗରେ ଆପଣାଇ ନେଉଛନ୍ତି ପ୍ରତିଯୋଗୀ ମାନେ । ପବନର ବେଗକୁ ଅନୁଧ୍ୟାନ କରିବା ସହିତ କୌଣସି ଅଘଟଣ ଘଟିଲେ କିଭଳି ସେଥିରୁ ମୁକୁଳିବ ଏହି କୋର୍ସର ଅନ୍ତର୍ଭୁକ୍ତ ଥିଲା । ଏଥିରୁ ସାମିଲ ତିବା ସମୁଦ୍ର ବୁଡାଳି ପାସ୍ ନକରିଲେ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଂଟରେ ଭାଗ ନେଇପାରିବେ ନାହିଁ । ଏହାପରେ ସମର କ୍ୟାମ୍ପରେ ମଧ୍ୟ ଆହୁରି ପ୍ରଶିକ୍ଷଣ ଦିଆଯିବା ସହ ନୂଆ ନୂଆ ପ୍ରତିଭା ଚୟନ କରାଯିବ ।
କଟକର ମହାନଦୀ ଓ ପୁରୀ ସମୁଦ୍ର ଗଭୀର ଜଳ ରାଶିରେ ଅନୁଷ୍ଠିତ ହୋଇଥିଲା ସମସ୍ତ କୋର୍ସ । ଯେଉଁଥିରେ ୧୨ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷ ପ୍ରତିଯୋଗୀ ମୁମ୍ବାଇରେ ହେବାକୁ ଥିବା ସେଲିଂ ଚାମ୍ପିଆନସିପରେ ଭାଗ ନେବେ । ଏହା ଏକ ଅଲିମ୍ପିକ ସ୍ତରୀୟ ଗେମ୍ ହୋଇଥିବାରୁ ଆଗାମୀ ଦିନରେ ଏହାର ଅଦକି ବିକାଶ ଉପରେ ଗୁରୁତ୍ୱ ଦିଆଯିବ ।
ଏହି କ୍ରୀଡାକୁ ଆଗାମୀ ଦିନରେ ବ୍ୟାପକ କରିବାକୁ ସମର କ୍ୟାମ୍ପ ସମୟେରେ ଅନେକ ଦୂଆ ପ୍ରତିଭା ଚୟନ କରିବା ପାଇଁ ଏବେଠୁ ଅଂଟା ଭିଡିଛି ରାଜ୍ୟ ସଂଘ ।