ପରଲୋକରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ : ଜାପାନ ପୂର୍ବ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ୧୦୧ ବର୍ଷରେ ପରଲୋକ 

109

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ୧୦୧ ବର୍ଷରେ ପରଲୋକ ହୋଇଯାଇଛି । ଗଣମାଧ୍ୟମରୁ ଶୁକ୍ରବାର ଏହାର ସୂଚନା ମିଳିଛି । ୧୯୮୨ ନଭେମ୍ବରରୁ ୧୯୮୭ ମସିହା ଯାଏଁ ନାକାସୋନେ ଜାପାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାଇ, ଜାପାନର ପ୍ରତିରକ୍ଷା ବ୍ୟବସ୍ଥା ସଂପ୍ରସାରଣ କରିବାରେ ତାଙ୍କର ଅନେକ ମହାନତା ଅଛି ଏବଂ ସେ ଏହାପାଇଁ ବହୁତ ଜଣାସୁଣା ହୋଇପାରିଛନ୍ତି ।

ନାକାସୋନେ ଟୋକିଓର ଏକ ଘରୋଇ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ରାଜନୀତିରେ ଖୁବ୍ ଦକ୍ଷ ଥିଲେ । ନାକାସୋନେ ଜଣେ କୁଟନୀତିଜ୍ଞ ହୋଇଥିବାରୁ ଆମେରିକାର ତତକାଳୀନ ରାଷ୍ଟ୍ରପତି ରୋନାଲ୍ଡ ରିଗନଙ୍କ ସହିତ ୧୯୮୦ ଦଶକର ସମ୍ପର୍କ ରଖିପାରିଥିଲେ । ନିଜ କାର୍ଯ୍ୟକାଳ ସମୟରେ ଜାପାନର ରାଷ୍ଟ୍ରୀୟ ରେଳବାଇ ପ୍ରଣାଳୀକୁ ଘରୋଇକରଣ କରିବା ଦିଗରେ କାମ କରିଥିଲେ । ୧୯୧୮ ମସିହାରେ ଗୁମନା ରାଜ୍ୟର ତକସାକି ସହରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୪୭ରେ ରାଜନୀତିରେ ପ୍ରବେଶ କରିଥିଲେ ।