କନକ ବ୍ୟୁରୋ: କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସଙ୍ଗଠନ ‘ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ୍ ଫ୍ରଣ୍ଟ’ ଉପରେ ମୋଦୀ ସରକାର ନେଇଛନ୍ତି ବଡ ପଦକ୍ଷେପ । ତାଙ୍କ ପାର୍ଟି ଉପରେ ଲଗାଇଛନ୍ତି ୫ ବର୍ଷର ପ୍ରତିବନ୍ଧକ । ୫ ବର୍ଷ ପାଇଁ ଏହି ତାଙ୍କ ସଙ୍ଗଠନକୁ ‘ବେଆଇନ୍ ସଙ୍ଗଠନ’ ଭାବେ ଘୋଷଣା କରିଛନ୍ତି ମୋଦୀ ସରକାର ।

Advertisment

ଗୃହମନ୍ତ୍ରୀ ଅମିତ ଶାହ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି ଯେ, ଏହି ପ୍ରତିବନ୍ଧିତ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଆତଙ୍କ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ ଦେବା କାର୍ଯ୍ୟରେ ସାମିଲ ଅଛି । ଦେଶର ସୁରକ୍ଷା, ପ୍ରଭୁତା ତଥା ଅଖଣ୍ଡତାକୁ ଚ୍ୟାଲେଂଜ ଦେଉଥିବା କୌଣସି ବି ବ୍ୟକ୍ତି ବା ସଙ୍ଗଠନକୁ ଆଇନଗତ କଠୋର ପରିଣାମ ଭୋଗିବାକୁ ପଡିବ ବୋଲି କହିଛନ୍ତି ଅମିତ ଶାହ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୯ରେ ଆତଙ୍କବାଦ ନିରୋଧୀ ଆଇନ ବେଆଇନ କାର୍ୟ୍ୟକଳାପ ଆଇନ, ୧୯୬୭ (ୟୁଏପିଏ) ଅଧୀନରେ ୟାସିନ ମଲ୍ଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୟୁଏପିଏର ଧାରା ୩(୧) ଅନୁଯାୟୀ ସରକାର ଜମାତ-ଇ-ଇସଲାମି (ଜେଇଆଇ-ଜମ୍ମୁ-କଶ୍ମୀର)କୁ ନିଷିଦ୍ଧ କରିବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି।