Yashaswi Jaiswal of Rajasthan Royals celebrates his fifty during match 52 of the TATA Indian Premier League 2022 (IPL season 15) between the Punjab Kings and the Rajasthan Royals held at the Wankhede Stadium in Mumbai on the 7th May 2022 Photo by Rahul Gulati / Sportzpics for IPL
କନକ ବ୍ୟୁରୋ: ଆଇପିଏଲ ଇତିହାସ ରଚିଲେ ରାଜସ୍ଥାନର ଷ୍ଟାର ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ । କୋଲକାତା ବିପକ୍ଷରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର ୧୩ ବଲରେ ସେ ୫୦ ରନ କରିଛନ୍ତି । ସେ ଏହି ରେକର୍ଡ କରି କେଏଲ ରାହୁଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ କେଏଲ ରାହୁଲ ମାତ୍ର ୧୪ ବଲରେ ଅର୍ଦ୍ଧ ଶତକ ହାସଲ କରିଥିଲେ । ଏବେ କିନ୍ତୁ ଏହି ରେକର୍ଡ ଜୟସ୍ୱାଲଙ୍କ ନାଁରେ ରହିଛି ।
କୋଲକାତା ବିପକ୍ଷରେ ୧୫୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ଦଳ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ପ୍ରଥମ ଓଭରରେ ଜୟସ୍ୱାଲ ନୀତିଶ ରାଣାଙ୍କୁ ୨୬ ରନ ମାରିଥିଲେ । ଫଳରେ ଏହା ମହଙ୍ଗା ଓଭର ସାବ୍ୟସ୍ତ ହୋଇଥିଲା କୋଲକାତା ପାଇଁ । ତେବେ ଏବେ ବି ଜୟସ୍ୱାଲ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ।
Follow Us