ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ବିଶାଳ ସ୍କୋର ଅଭିମୁଖେ ଭାରତ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ରେ ୩୧୨ ରନ କରିଛି ଭାରତୀୟ ଟିମ୍

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ବିଶାଳ ସ୍କୋର ଅଭିମୁଖେ ଭାରତ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦୁଇ ୱିକେଟ ରେ ୩୧୨ ରନ କରିଛି ଭାରତୀୟ ଟିମ୍

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ସ୍କୋର ଅଭିମୁଖେ ଭାରତ । ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର ୧୫୦ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ପରେ ଭାରତ ପ୍ରଥମ ଇନିସ ଆରମ୍ଭ କରିଥିଲା । ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇ ୱିକେଟ ହରାଇ ୩୧୨ ରନ କରିଛି । ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ୱୀ ଜୟସ୍ୱାଲଙ୍କ ଶତକୀୟ ଇନିସ୍ ଖେଳିଛନ୍ତି । ଏପର୍ଯ୍ୟନ୍ତ ୧୪୩ ରନ କରି ଅପରାଜିତ ଅଛନ୍ତି ଯଶସ୍ୱୀ ଜୟସ୍ୱାଲ୍ । ଏବେ ସୁଦ୍ଧା ଭାରତ ୧୬୨ ରନ ଲିଡରେ ଅଛି । ଶୁଭମନ ଗିଲ ମାତ୍ର ୬ ରନ କରି ଆଉଟ ହୋଇଯାଇଥିବା ବେଳେ ବିରାଟ କୋହଲି ୩୬ ରନ କରି ଅପରାଜିତ ଅଛନ୍ତି । ଯଶସ୍ୱୀ ଜୟସ୍ୱାଲ୍ ଦ୍ୱିଶତକ କରିବେ ବୋଲି କ୍ରିକେଟ ପ୍ରେମୀ ଆଶାବାଦୀ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe