କନକ ବ୍ୟୁରୋ: ଆରମ୍ଭ ହୋଇଛି ରଣଜୀ ଟ୍ରଫି । ଆଉ ଏଥିରେ ଦିଲ୍ଲୀ ପକ୍ଷରୁ ଡେବ୍ୟୁ କରିଛନ୍ତି ଅଣ୍ଡର ୧୯ ଟିମର ଅଧିନାୟକ ୟଶ ଧୂଲ । ସେ ଆଜି ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଛନ୍ତି । ଆଉ ଡେବ୍ୟୁ କରିବା ପରେ ନିଜ ଧମାକା ଦେଖାଇଛନ୍ତି । ସେ ନିଜର ପ୍ରଥମ ମ୍ୟାଚରେ ୧୧୩ ରନର ଶତକୀୟ ପାଳି ଖେଳିଛନ୍ତି ।
ଆଜି ତାମିଲନାଡୁ ବିପକ୍ଷରେ ଦିଲ୍ଲୀର ରଣଜୀ ମ୍ୟାଚ ଥିଲା । ଏହି ମ୍ୟାଚରେ ଟସ ଜିତି ତାମିଲନାଡୁ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ କରିଥିଲା ଦିଲ୍ଲୀ । ଦିଲ୍ଲୀ ପକ୍ଷରୁ ୟଶ ଧୂଲ ଓ ଧ୍ରୁବ ସୋରେ ଓପନିଂ କରିଥିଲେ । ଗୋଟିଏ ପରେ ଧ୍ରୁବ ଓ ହିମ୍ମତ ସିଂ ଖାତା ଖୋଲିପାରିନଥିବା ବେଳେ ୟଶ ଧୂଲ ୧୮ଟି ଚୌକା ବଳରେ ୧୧୩ ରନ କରିଥିଲେ ।
ଅଣ୍ଡର ୧୯ ବିଶ୍ୱକପରେ ୟଶ ଧୂଲଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇଥିଲା । ଏଥିରେ ୟଶ ଧୂଲ ଚମତ୍କାର ପ୍ରର୍ଶନ କରିଥିଲେ । ଏହାପରେ ଆଇପିଏଲରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ ୫୦ ଲକ୍ଷ ଟଙ୍କାରେ କିଣିଛି । ତେବେ ରଣଜୀ ଦଳର ପ୍ରଦର୍ଶନ ଏବେ ଆଇପିଏଲ ଖେଳିବାକୁ ତାଙ୍କର ଆତ୍ମବିଶ୍ୱାସ ବଢାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/pjimage-6-3.jpg)