କନକ ବ୍ୟୁରୋ : ଆଜି ମୁକ୍ତିଲାଭ କରିଛି ବହୁପ୍ରତିକ୍ଷୀତ ଆକ୍ସନ ଫିଲ୍ମ କେଜିଏଫ-୨ । ଏହା ହେଉଛି ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର ସ୍ୱିକେଲ । ସିନେମା ବିଶ୍ୱର ୧୦ ହଜାର ହଲରେ ମୁକ୍ତିଲାଭ କରିଛି । ରାଜ୍ୟର ୭୦ଟି ସିଙ୍ଗଲ ଓ ମଲ୍ଟି ସ୍କ୍ରିନରେ ମୁକ୍ତିଲାଭ କରିଛି । ଭୁବନେଶ୍ୱରର ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ ।
ରାଜ୍ୟ ସିନେମା ଇତିହାସରେ ପ୍ରଥମ ଥର ଲାଗି ରାତି ୨ଟା ୫୦ରୁ ଏହି ଶୋ ଆରମ୍ଭ ହୋଇଛି । ପ୍ରାୟ ସପ୍ତାହେ ଯାଏଁ ଟିକେଟ ବି ବୁକିଂ ହୋଇଛି । ମହାରାଜା ସିନେମା ହଲରେ ୭ଟି ଶୋ ହେବ । ଏହା ଛାଡ ବିଭିନ୍ନ ମଲ୍ଟିପ୍ଲେକ୍ସରେ ବି ସିନେମା ରିିଲିଜ ହୋଇଛି । ଲିଡ ରୋଲରେ ଅଛନ୍ତି ୟଶ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ ଓ ଶ୍ରୀନିଧି ସେଟ୍ଟୀ । ଫିଲ୍ମ କନ୍ନଡ ସମେତ ତାମିଲ, ହିନ୍ଦୀ, ତେଲୁଗୁ ଓ ମାଲାୟଲମ ଭାଷାରେ ରିଲିଜ ହୋଇଛି ।