କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହେବା ସହିତ ଗଭୀର ଅବପାତ ବା ଡିପ୍ ଡ୍ରିପେସନରେ ପରିଣତ ହେବ । ତେବେ ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଏବେ ଏହା ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ଥିବାବେଳେ, ବାଲେଶ୍ୱରଠାରୁ ୬୭୦ କିଲୋମିଟର ଦୂରରେ ରହିଛି ।
ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ୬୫୦, ଆଣ୍ଡାମାନର ପୋର୍ଟ ବ୍ଲେୟାର ପାଖରୁ ଏହି ଅବପାତ ଏବେ ୫୯୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେଲା ଏହା ସମୁଦ୍ର ଭିତରେ ଘଣ୍ଟାକୁ ୫ କିମି ବେଗରେ ଗତି କରୁଥିବାବେଳେ ୨୪ ମେ ସକାଳୁ ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।
ଅନ୍ୟପଟେ ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପଡିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଓଡିଶା ଏବଂ ପଶ୍ଚିମବଙ୍ଗ ଭିତରେ ପାରାଦୀପ ଏବଂ ସାଗର ଦ୍ୱୀପ ଭିତରେ ଲ୍ୟାଣ୍ଡଫଲ କରିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/22_UP-1.jpg)