କନକ ବ୍ୟୁରୋ: ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ । ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ଜଣ ପାଣିରୁ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୫ଜଣ ପାଣିରେ ବୁଡିଯିବା ପରେ ଲୁଚିଯାଇଥିବା ଯୁବକମାନେ ନିଜ ନିଜ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ଫଳରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବାକୁ ୫ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା । ପୂର୍ବ ଶତ୍ରୁତାରୁ ଏପରି ଘଟଣା ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।
ପୋଲିସର କହିବା ମୁତାବକ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ଲାଗି ରହିଥିଲା । ଏହି ମାମଲା ଏବେବି କୋର୍ଟରେ ବିଚାରାଧିନ ରହିଛଇ । ଆସନ୍ତା କାଲି ଏହାର ଆଉ ଏକ ଶୁଣାଣି ଥିଲା । ହେଲେ ତା’ ପୂର୍ବରୁ ଏପରି ଅଭାବନୀୟ ଘଟଣା ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।