କନକ ବ୍ୟୁରୋ : ୪୫ ବର୍ଷର ରେକର୍ଡ ଭାଙ୍ଗିଛି ଯମୁନା ନଦୀର ଜଳସ୍ତର । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଞ୍ଚିଛି । ୧୯୭୮ ମସିହାରେ ଯମୁନାର ଜଳସ୍ତର ସର୍ବାଧିକ ୨୦୭ ଦଶିମକ ୪୯ ମିଟର ପର୍ଯ୍ୟନ୍ତ ବଢିଥିଲା । ଜଳସ୍ତର ବଢୁଥିବାରୁ ଦିଲ୍ଲୀ ପ୍ରତି ବିପଦ ସୃଷ୍ଟି ହୋଇଛି । ଅନେକ ଅଞ୍ଚଳରେ ପାଣି ପଶିଯାଇଛି ।

Advertisment

ରାସ୍ତାରେ ବାଲିବସ୍ତା ପକାଇ ପାଣିକୁ ଅଟକାଇବାକୁ ଚେଷ୍ଟା କରାଯାଉଛି । ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଯାଇଛି ବନ୍ୟା ପାଣି । ଗତକାଲି ସଂଧ୍ୟାରେ ଉତ୍ତର ଦିଲ୍ଲୀର ରିଙ୍ଗରୋଡ ଉପରେ ପ୍ରବାହିତ ହେଉଛି । ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଗଲାଣି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ତଳିଆ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ସେଠାରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦେଖି ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କଠାରୁ ସହାୟତା ଲୋଡିଛନ୍ତି ।