ଅଭିନେତ୍ରୀ ୟାମି ଗୌତମ ଫିଲ୍ମନିର୍ମାତା ରାମଗୋପାଲ ବର୍ମାଙ୍କ ‘ସରକାର-୩’ରେ ସୁଟିଂ କାମ ଆରମ୍ଭ କରି ଦେଲେଣି । ଫିଲ୍ମରେ ୟାମି ଏକ ଭଲ ଚରିତ୍ରରେ ନଜର ଆସିବେ । ଏପରି ଭୂମିକା ସେ ପ୍ରଥମ ଥର କରୁଛନ୍ତି ଓ ଏଥିପାଇଁ ସେ ଖୁବ୍ ଉତ୍ସାହିତ ବୋଲି ୟାମି କହିଛନ୍ତି ।
ୟାମି କହିଛନ୍ତି, ଜଣେ କଳାକାର ହିସାବରେ ସେ ନିଜର ଛବିକୁ ବିଭିନ୍ନ ସିନେମାରେ ରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ଚାହାଁନ୍ତି, ସବୁ ସିନେମାରେ ଭିନ୍ନ ଭିନ୍ନ ଚରିତ୍ରରେ ମଧ୍ୟ ଅଭିନୟ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ୟାମି । ତେବେ ଏହି ଫିଲ୍ମ ବ୍ୟତୀତ ସେ ସଂଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ‘କାବୀଲ’ରେ ଅଭିନେତା ହ୍ରିତିକ୍ଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Yami-Gautam-Beautiful-Bollywood-Actress-without-Makeup-and-Sexiest.jpg)