ଗରିବଙ୍କ ସାଥୀ ସୋନୁ ସୁଦ । ଅର୍ଥ ଅଭାବରୁ ଗୋଡ ଅସ୍ତ୍ରୋପଚାର କରିପାରୁନଥିଲେ ଯୁବକ, ସହାୟତାର ହାତ ବଢାଇଲେ ସୋନୁ । ୪ ବର୍ଷ ପରେ ନିଜ ଗୋଡରେ ଛିଡା ହେଲେ ଯୁବକ ।

908

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ । ଜାରି ରହିଛି ତାଙ୍କ ସାହାଯ୍ୟ କରିବାର ମନୋବୃତ୍ତି । କେତେବେଳେ ସେ ଗରିବ ପିଲାଙ୍କୁ ପାଠ ପଢାରେ ସହାଯ୍ୟ କରୁଛନ୍ତି ତ ଆଉ କେତେବେଳେ କାହାକୁ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି । ଏହି ଭଳି ଭଗବାନଙ୍କ ଅବତାର ପରି ସେ ଗରିବଙ୍କ ଦଃଖରେ ଛିଡା ହେଉଛନ୍ତି । ଏବେ ସେ ଜଣେ ଗରିବଙ୍କୁ ଚିକିତ୍ସାରେ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ।

ସୋନୁଙ୍କ ସହାୟତା ପାଇଁ ୪ ବର୍ଷ ପରେ ନିଜ ଗୋଡରେ ଛିଡା ହୋଇଛନ୍ତି ୟାକୁବ । ଆର୍ଥିକ ସମସ୍ୟା ଯୋଗୁଁ ୟାକୁବ ନିଜ ଚିକିତ୍ସା କରିପାରୁନଥିଲେ । ସେଥିପାଇଁ ସେ ସୋନୁ ସୁଦଙ୍କୁ ତାଙ୍କ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । ଫଳରେ ୟାକୁବଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି ।

ଅକ୍ଟୋବର ୧ ତାରିଖରେ ୟାକୁବ ସୋନୁଙ୍କୁ ଟ୍ୱିଟ କରି ଲେଖିଥିଲେ, ସାର ଆପଣଙ୍କ ଯୋଗୁଁ ମୋର ଏମ୍ସରେ ଚେକଅପ ହୋଇଗଲା । ଆପଣ ଜଲଦି ମୋର ଚିକିତ୍ସା କରିଦିଅନ୍ତୁ । ଏହାପରେ ସୋନୁ ଏହାର ଉତ୍ତର ଦେଇ ଲେଖିଥିଲେ କି , ଆପଣଙ୍କ ଚିକିତ୍ସା ଏମ୍ସରେ ଡାକ୍ତର ମଲହୋତ୍ରା କରିବେ । ସେ ମୋତେ ପ୍ରତିଶୃତି ଦେଇଛନ୍ତି ଆପଣ ଖୁବଶୀଘ୍ର ସିଡି ଚଢିବେ ।

ଏବେ ସଫଳ ଚିକିତ୍ସା ପରେ ଏବେ ନିଜ ଗୋଡରେ ଛିଡା ହୋଇ ଚାଲି ପାରୁଛନ୍ତି ୟାକୁବ । ଏହାସହ ସେ ସିଡିରେ ଚାଲୁଥିବାର ଏକ ଭିଡିଓ ଟ୍ୱିଟରରେ ମଧ୍ୟ ପୋଷ୍ଟ କରିଛନ୍ତି ।

ଏବେ ପୁରା ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ୟାକୁବ । ଘରେ ନିଜ ନବଜାତ ଶିଶୁ ସହ ଫୋଟ ସେୟାର କରି ସେ ସୋନୁ ସୁଦଙ୍କୁ ଧନ୍ୟବାଦ ଦେଇଛନ୍ତି । ସୋନୁ ସୁଦ ଏହାର ଉତ୍ତର ଦେଇ ଲେଖିଛନ୍ତି ଆପଣ ଷ୍ଟାର ଆଉ ଆପଣଙ୍କ ଝିଅ ସୁପର ଷ୍ଟାର ।