କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ଏବେ ତାଜା ଅପଡେଟ୍ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ସମୁଦ୍ର ଭିତରେ ଏବେ ସାମୁଦ୍ରିକ ଝଡର ରୂପ ନେଇସାରିଛି ୟାସ୍ । ଯାହାକି ଆଗାମୀ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ । ତେବେ ଓଡିଶାର ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହ ଆଗାମୀ ସମୟରେ ଏନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ସେ କହିଛନ୍ତି ।
ବାତ୍ୟା ‘ୟାସ୍’ ନେଇ ତାଜା ଅପଡେଟ୍ ଦେଲେ ଏସଆରସି
ସାମୁଦ୍ରିକ ଝଡର ରୂପ ନେଇସାରିଛି ‘ୟାସ’
୨୬ ତାରିଖ ମଧ୍ୟାହ୍ନରେ ଛୁଇଁବ ସ୍ଥଳଭାଗ
ଭଦ୍ରକ କିମ୍ବା ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା
୧୨୦-୧୬୫ କିମି ବେଗରେ ବୋହିବ ପବନ
ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ#CycloneYaas#Odisha#KanakNewspic.twitter.com/wCWx0rcjwd— Kanak News (@kanak_news) May 24, 2021
ବାତ୍ୟା ୟାସକୁ ମୁକାବିଲା କରିବା ପାଇଁ ଏବେ ଓଡିଶା ପ୍ରସ୍ତୁତ ଅଛି । ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯିବା ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବାତ୍ୟା ସମୟରେ ୧୨୦ରୁ ୧୬୫ କିଲୋମିଟର ବେଗରେ ପବନ ବୋହିପାରେ । ତା ସହ ବାଲେଶ୍ୱରରେ ୪ ଫୁଟ ଉଚ୍ଚର ସମୁଦ୍ର ଜୁଆର ଉଠିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ବାତ୍ୟା ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ । ପ୍ରଶାସନ ମଧ୍ୟ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯିବା ସହିତ ସେଠାରେ ସେମାନଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ଆଦି ଯୋଗାଇଦିଆଯିବ ବୋଲି ସେ କହିଛନ୍ତି । ସେହିପରି କୋଭିଡ୍ ସମୟରେ ଯେଉଁ କରୋନା ଆକ୍ରାନ୍ତମାନେ କଚ୍ଚା ଘରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଟିଏମସିରେ ଆଣି ରଖିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।