ପାରାଦୀପଠାରୁ ୧୬୦ କିମି ଦୂରରେ ବାତ୍ୟା ୟାସ୍ । ବାଲେଶ୍ୱରଠାରୁ ଏବେ ୨୫୦ କିମି ଦୂରରେ ବାତ୍ୟା । ତାଜା ଅପଡେଟ୍ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

460

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ପାଣିପାଗ ବିଭାଗର ତାଜା ଅପଡେଟ୍ । ପାରାଦୀପଠାରୁ ଏବେ ମାତ୍ର ୧୬୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାଲେଶ୍ୱରଠାରୁ ଏହି ବାତ୍ୟା ଏବେ ୨୫୦ କିଲୋମିଟର ଦୂରରେ ରହିଛି । ତେବେ ସମୁଦ୍ର ଭିତରେ ଗତ ୬ ଘଂଟା ହେଲା ୟାସ୍ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ବାତ୍ୟା ୟାସ୍ ଏବେ ଓଡିଶା ମୁହାଁ ହେଉଛି । ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି । ବିଶେଷକରି ଧାମରା ପାଖାପାଖି ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏହାର ଆଖପାଖ ଅଂଚଳର ଗଭୀର ଭାବେ ପ୍ରଭାବିତ ହୋଇପାରେ । ଅନ୍ୟପଟେ ଏହାକୁ ମୁକାବିଲା କରିବାକୁ ଓଡିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Comments are closed.