କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ପାଣିପାଗ ବିଭାଗର ତାଜା ଅପଡେଟ୍ । ପାରାଦୀପଠାରୁ ଏବେ ମାତ୍ର ୧୬୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାଲେଶ୍ୱରଠାରୁ ଏହି ବାତ୍ୟା ଏବେ ୨୫୦ କିଲୋମିଟର ଦୂରରେ ରହିଛି । ତେବେ ସମୁଦ୍ର ଭିତରେ ଗତ ୬ ଘଂଟା ହେଲା ୟାସ୍ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ବାତ୍ୟା ୟାସ୍ ଏବେ ଓଡିଶା ମୁହାଁ ହେଉଛି । ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି । ବିଶେଷକରି ଧାମରା ପାଖାପାଖି ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏହାର ଆଖପାଖ ଅଂଚଳର ଗଭୀର ଭାବେ ପ୍ରଭାବିତ ହୋଇପାରେ । ଅନ୍ୟପଟେ ଏହାକୁ ମୁକାବିଲା କରିବାକୁ ଓଡିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ପାରାଦୀପଠାରୁ ୧୬୦ କିମି ଦୂରରେ ବାତ୍ୟା ୟାସ୍ । ବାଲେଶ୍ୱରଠାରୁ ଏବେ ୨୫୦ କିମି ଦୂରରେ ବାତ୍ୟା । ତାଜା ଅପଡେଟ୍ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।#CycloneYaaspic.twitter.com/MifBvc6XJJ
— Kanak News (@kanak_news) May 25, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/Cyclone-Yaas-c.jpg)