ବାତ୍ୟା ୟାସ’ର ପ୍ରଭାବରେ ନୀଳଗିରିରେ ହୋଇଛି ଅଧିକ କ୍ଷତି : ସେପଟେ ମୟୂରଭଂଜରେ ବର୍ଷା ଜାରି; ଶିମିଳିପାଳରେ ସର୍ବାଧିକ ବର୍ଷା

 ବିଦ୍ୟୁତ୍ ବିଭାଗ ଆରମ୍ଭ କଲା ଯାଂଚ କାର୍ଯ୍ୟ

531

କନକ ବ୍ୟୁରୋ : ବାତ୍ୟା ୟାସ୍ ବାଲେଶ୍ୱର ବାହାନଗା ଓ ରେମୁଣା ଅଂଚଳରେ ସ୍ଥଳଭାଗ ଛୁଇଁ ସାରିଛି । ଏହା ଏବେ ନୀଳଗିରି ଦେଇ ମୟୂରଭଂଜ ଜିଲ୍ଲା ଯାଉଛି । ବାରିପଦା ଦେଇ ଝାଡଖଣ୍ଡ ଯିବା ଆକଳନ କରାଯାଇଛି । ଏହାର ପ୍ରଭାବରେ ନୀଳଗିରିରେ ପ୍ରବଳ ବର୍ଷା ହୋଇଛି । ତେବେ ବାତ୍ୟା ପ୍ରଭାବରେ ନିଳଗିରିରେ ପବନର ବେଗ ମଧ୍ୟ ବେଶ ଅଧିକ ଥିଲା । ନୀଳଗିରିରେ ସର୍ବାଧିକ ଗଛ ଭାଙ୍ଗିଥିବା ଏସଆରସି କହିଛନ୍ତି । ଏବେ ବି ନୀଳଗିରିରେ ବର୍ଷା ଜାରି ରହିଛି । ତେଣୁ ଲୋକେ ଘରେ ରହିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

ସେପଟେ ମୟୂରଭଂଜ ଦେଇ ବାତ୍ୟା ୟାସ ଝାଡଖଣ୍ଡ ଯିବ । ଏଥିପାଇଁ ପ୍ରାୟ ଆଉ ୧୨ ଘଂଟାର ସମୟ ଲାଗିବ । ବର୍ତମାନ ନିଳଗିରି ଓ ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ହେଉଛି । ସାରା ମୟୂରଭଂଜ ଜିଲ୍ଲାରେ ବର୍ଷା ଜାରି ରହିଛି । ବାରିପଦା ସହରରେ ବର୍ଷା ହେଉଛି । ତେବେ ଶିମିଳିପାଳରେ ସର୍ବାଧିକ ବର୍ଷା ହୋଇଛି । ସେହି ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସରକାର । ତେଣୁ ତଳି ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୟୂରଭଂଜ ଜିଲ୍ଲାରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।