ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କୁ ୱାଇ+ ସୁରକ୍ଷା । ଜାଣନ୍ତୁ କାରଣ ?

148

କନକ ବ୍ୟୁରୋ : କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲାଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୂତ୍ର ମୁତାବକ କେନ୍ଦ୍ର ଗୃହମନ୍ତ୍ରଣାଳୟ ଭବିଷ୍ୟତରେ ବିପଦକୁ ନଜରରେ ରଖି ଏନେଇ ଆଦେଶ ଜାରି କରିଛନ୍ତି । କହିରଖୁ କି ଗାସାଇରସ ପୁନାୱାଲାଙ୍କ ପୁଅ ଅଦାର ପୁନାୱାଲା ବିଦେଶରେ ପାଠ ପଢିବା ପରେ ଭାରତରେ ଥିବା ବାପାଙ୍କର କମ୍ପାନୀରେ ସହଯୋଗ କରିଥିଲେ । ଏହାସହ ଖୁବଶୀଘ୍ର ସେ କମ୍ପାନୀର ସିଇଓ ପଦ ସମ୍ଭାଳିଥିଲେ । ସେରମ ଇନଷ୍ଟିଚ୍ୟୁଟକୁ ଏଭଳି ଉଚ୍ଚ ସ୍ଥାନରେ ପହଂଚାଇବାରେ ଅଦାରଙ୍କ ଭୂମିକା ବେସ୍ ଗୁରୁତ୍ୱପୂର୍ଣ୍ଣ ।

ଦେଶରେ ବଡବଡ ଶିଳ୍ପପତି ମାନଙ୍କ ଭିତରେ ଅଦାରଙ୍କ ନାମ ବେସ୍ ଜଣାଶୁଣା । ମହାରାଷ୍ଟ୍ରର ପୁଣେ ଠାରେ ପାଖା ପାଖି ୧୦୦ ଏକର ଜମିରେ ନିର୍ମାଣ ହୋଇଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଯେଉଁଠାରେ ସବୁ ପ୍ରକାର ସୁବିଧା ଉପଲବ୍ଧ ରହିଛି ।
ଭାରତରେ ଏବେ କରୋନା ମହାମାରୀ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ର କୋଭିଡ-୧୯ ଭ୍ୟାକ୍ସିନ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ କୁ ବ୍ୟବହାର ପାଇଁ ଅନୁମତି ମିଳିଛି । ଅନ୍ୟପଟେ ଋଷ ଦ୍ୱାରା ପ୍ରସ୍ତୁତ କୋଭିଡ- ଭ୍ୟାକ୍ସିନ ସ୍ପୁଟନିକ –ଭି କୁ ବି ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି ।

ସାରା ଦେଶରେ କରୋନା ଟିକାକରଣ ଅଭିଯାନ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି । ଏହି ଟିକାକରଣରେ ଅଦାର ପୁନାୱାଲାଙ୍କ କୋଭିସିଲ୍ଡ ଟିକା ବେସ ଗୁରୁତ୍ୱ ବହନ କରୁଛି ।

Comments are closed.