କନକ ବ୍ୟୁରୋ : ଚୀନର କିଛି କମ୍ପାନୀ ଏବେ ଚିନକୁ ଝଟକା ଦେବାକୁ ଯାଉଛନ୍ତି । ଏକ ରିପୋର୍ଟ ମୁତାବକ ଚୀନର ସ୍ମାର୍ଟଫୋନ କମ୍ପାନୀ ସାଓମୀ, ଭିଭୋ ଓ ଓପୋ ଏବେ ପ୍ରସ୍ତୁତ ହେଉଛନ୍ତି ଯେ ଭାରତରେ ସେମାନଙ୍କ କମ୍ପାନୀ ଦ୍ୱାରା ନିର୍ମାଣ କରାଯାଉଥିବା ସ୍ମାର୍ଟ ଫୋନକୁ ସେମାନେ ଅନ୍ୟ ଦେଶରେ ମଧ୍ୟ ବିକ୍ରି କରିବେ । ଏହା ଦ୍ୱାରା ଭାରତ ସରକାରକୁ ‘ମେକ୍ ଇନ ଇଣ୍ଡିଆ’ ପ୍ରୋଗ୍ରାମ ଲାଭବାନ ହେବ ।
ଏହା ଫଳରେ ଚୀନରେ ପ୍ରସ୍ତୁତ ହେଉଥିବା ଏହି ସ୍ମାର୍ଟଫୋନ କମ୍ପାନୀମାନଙ୍କର ଫୋନ ବିକ୍ରିରେ ଘାଟା ହୋଇପାରେ । ଗଣମାଧ୍ୟମ ରିପୋର୍ଟ ମୁତାବକ ଯଦି ଏଭଳି ହୁଏ ତେବେ ଏହା ଭାରତ ସରକାରଙ୍କର ଏକ ବଡ ବିଜୟ । ଏହା ପ୍ରଥମଥର ହେବାକୁ ଯାଉଛି କି ଚୀନ ସ୍ମାର୍ଟଫୋନ କମ୍ପାନୀମାନେ ଗ୍ଲୋବାଲ ପ୍ରଡକସନ ଭଲ୍ୟୁମକୁ ଭାରତ ସହ ସେୟାର କରିବ । ଏହା ପୂର୍ବରୁ ଏହି କମ୍ପାନୀମାନେ ଭାରତର ଏଭଳି ପ୍ରସ୍ତାବକୁ ଅନେକଥର ପ୍ରତ୍ୟାଖାନ କରିଦେଇଥିଲେ ।
ଗଣମାଧ୍ୟମ ରିପୋର୍ଟ ମୁତାବକ ସାଓମୀ, ଭିଭୋ ଓ ଓପୋ କମ୍ପାନୀ ଦ୍ୱାରା ଭାରତରେ ପ୍ରସ୍ତୁତ ହେଉଥିବା ସ୍ମାର୍ଟଫୋନକୁ ବିଦେଶକୁ ରପ୍ତାନୀ କରିବେ । ଏହା ପୂର୍ବରୁ ସାମସଂଗ ଓ ଆପୋଲ କମ୍ପାନୀ ଭାରତରେ ପ୍ରସ୍ତୁତ କରୁଥିବା ସ୍ମାର୍ଟଫୋନକୁ ବିଦେଶକୁ ରପ୍ତାନୀ କରିବା ଆରମ୍ଭ କରିଦେଇଛନ୍ତି ।