ସାଓମିର ନୂଆ ଫୋନକୁ ନେଇ ଜୋରଦାର ଚର୍ଚ୍ଚା । ୧୦୮ ମେଗାପିକ୍ସଲ କ୍ୟାମେରା ସାଙ୍ଗକୁ ମିଳିବ ୫୧୨ ଜିବିର ଷ୍ଟୋରେଜ ଡାଟା, ଦାମ ଶୁଣିଲେ ମୁଣ୍ଡରେ ହାତ ଦେବେ?

783

ରେଡମି ସିରିଜ ମୋବାଇଲ ପାଇଁ ଭାରତରେ ଜଣାଣୁଣା ସାଓମି କମ୍ପାନିର ନୂଆ ଫୋନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ସାଧାରଣ ଲୋକଙ୍କ ବଜେଟ ଭିତରେ ବଜାରକୁ ଫୋନ୍ ଛାଡି ଖୁବ୍ କମ ଦିନରେ ମୋବାଇଲ ବ୍ୟବହାରୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ସାଓମିର ନୂଆ ମଡେଲକୁ ନେଇ ଏବେ ପୁଣି ଚର୍ଚ୍ଚା । ଯାହାକୁ ଖୁବଶୀଘ୍ର ଭାରତ ବଜାରରେ ଏଣ୍ଟ୍ରି କରାଇପାରେ କମ୍ପାନି । ଚୀନରେ ଲଞ୍ଚ ହୋଇଥିବା ସାଓମିର ନୂଆ ମଡେଲର Mi mix alphaକୁ ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ଭାରତ ବଜାରକୁ ପ୍ରବେଶ କରାଇବ କମ୍ପାନି । ତେବେ ଏହି ଫୋନଟି ସାଧାରଣ ଲୋକଙ୍କ ବଜେଟ ଭିତରେ ଆସିବ ନାହିଁ । କାରଣ ସାଓମିର ଏହି ନୂଆ ସ୍ମାର୍ଟଫୋନର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ଟଙ୍କା ରହିଛି । ଏହି ଫୋନରେ ଏମିତି କଣ ଅଧିକ ଫିଚର୍ସ ରହିଛି ଯାହା ଅନ୍ୟ ସ୍ମାର୍ଟଫୋନ ଠାରୁ ଏହାକୁ ଭିନ୍ନ କରୁଛି । ତାହା ଉପରେ ଥରେ ନଜର ପକାନ୍ତୁ ।

ଚୀନରେ ବଜାରରେ ଏଣ୍ଟ୍ରି ମାରି ସାରି୍ଥିବା ସାଓମିର ଏହି ମଡେଲରେ ୫ଜି ନେଟୱର୍କ କାମ କରିବ । ଏହି ସ୍ମାର୍ଟଫୋନରେ ୱାର୍ପଆରାଉଣ୍ଡ ଡିସପ୍ଲେ ରହିଛି । ଅଥାର୍ତ ଫୋନର ପୂରା ବଡିରେ ଡିସପ୍ଲେ ରହିଛି । ଏହା ପ୍ରଥମ ଫୋନ ଯେଉଁଥିରେ wraparound ଡିସପ୍ଲେ ରହିଛି । ଏହାଛଡା ଫୋନରେ କୌଣସି ସାଇଡ ସୁଇଚ ଦିଆଯାଇନାହିଁ । କେବଳ ଫୋନକୁ ସୁଇଚ ଅଫ କିମ୍ବା ଅନ୍ କରିବାକୁ ଏକ ବଟନ ରହିଛି । ସେହିଭଳି ୭.୯୨ ଇଞ୍ଚର ସ୍କ୍ରିନ ରହିଥିବା ବେଳେ ଟାଇଟେନିୟମ ଆଲୟ ଫ୍ରେମର ବ୍ୟବହାର କରାଯାଇଛି ।

ଏହାଛଡା ଯଦି ଫୋନର କ୍ୟାମେରା କଥା କହିବେ ତେବେ ଏଥିରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି କ୍ୟାମେରା ଉଭୟ ଫ୍ରଣ୍ଟ ଓ ରିୟର କ୍ୟାମେରା ଭଳି କାମ କରିବ । ଏହାର ମୁଖ୍ୟ କ୍ୟାମେରା ୧୦୮ ମୋଗାପିକ୍ସଲ ରହିଛି । ଯାହା ସାହାଯ୍ୟରେ ମୋବାଇଲ ବ୍ୟବହାରକାରୀ ୮କେ ଭିଡିଓ ସୁଟ୍ କରିପାରିବେ । ଏହାସହ ୨୦ ମେଗାପିକ୍ସଲ ୱାଇଡ ଆଙ୍ଗଲ କ୍ୟାମେରା ରହିଥିବା ବେଳେ ପୋଟ୍ରେଟ ପାଇଁ ୧୨ ମେଗାପିକ୍ସଲର କ୍ୟାମେରା ରହିଛି । ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଲାଗିଥିବା ଏହି ଫୋନଟି ୧୨ ଜିବି ରାମ ସହ ବଜାରରେ ଉପଲବ୍ଧ ହେବ । ସବୁଠାରୁ ବଡ କଥା ହେଲା ଏଥିରେ ୫୧୨ ଜିବିର ଇଣ୍ଟରନାଲ ଷ୍ଟୋରେଜ ବ୍ୟବସ୍ଥା ରହିଛି ।

Mi mix alpha ପ୍ଲସରେ ଦମଦାର ବ୍ୟାଟେରୀ ବ୍ୟାକଅପ୍ ରହିଛି । ୪୦ ୱାଟର ଫାଷ୍ଟ ଚାର୍ଜିଂ ସୁବିଧା ସହ କ୍ୱାଲିଟି ସାଉଣ୍ଡ ପାଇଁ ଅତ୍ୟାଧୁନିକ ଡିସପ୍ଲେ ଆକୋସେଟିକ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଫୋନର ଡିସପ୍ଲେ ସୁରକ୍ଷା ପାଇଁ ଗରିଲା ଗ୍ଲାସର ବ୍ୟବହାର କରାଯାଇଛି । ଖାସକରି ଫଟୋଗ୍ରାଫିରେ ସୌକ ରଖୁଥିବା ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ଫୋନ୍ ନିର୍ମାଣ କରିଛି କମ୍ପାନି । ଏତେ ଫିଚର୍ସ ଥିବା ଏହି ଫୋନକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । କାରଣ ଏହାର ବଜାର ଦର ପାଖାପାଖି ଅଢେଇ ଲକ୍ଷ ଟଙ୍କା ରହିଛି । ଚୀନରେ ଏହାର ମୂଲ୍ୟ ପାଖାପାଖି ୨ ଲକ୍ଷ ରହିଥିବା ବେଳେ ଭାରତରେ ଏହାର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ରହିବ । ଏହି ଫୋନଟି ଭାରତରେ ପ୍ରସ୍ତୁତ ହେଉନଥିବାରୁ ଏହାକୁ ଚୀନରୁ ଅଣାଯାଉଛି । ତେଣୁ ବିଭିନ୍ନ ଶୁଲ୍କ ମିଶାଇ ଏହାର ଦର ଅଢେଇ ଲକ୍ଷରର ଅଧିକ ହେଉଛି ।