ଭାରତରେ କାମ କରୁନି ବୟକଟ : ଗୋଟିଏ ଦିନରେ ଭାରତରେ ୧.୩୦ ଲକ୍ଷ ଟଙ୍କାର ଫୋନ ବିକ୍ରି କଲା ଚୀନ୍ ର ଏହି କମ୍ପାନୀ

1,329

କନକ ବ୍ୟୁରୋ : ଭାରତରେ ବୟକଟ ସତ୍ତ୍ୱ ବିକ୍ରି ହେଉଛି ଚାଇନା ପ୍ରଡକ୍ଟ । କାମ କରୁନି ବୟକଟ ଫର୍ମୁଲା । ଗୋଟିଏ ଦିନରେ ଚାଇନାର Xiaomi କମ୍ପାନୀ ୧.୩୦ ଲକ୍ଷ ଟଙ୍କାର ଫୋନ ବିକ୍ରି କରିଛି । ତେବେ ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଭାରତରେ ଚାଇନା ମୋବାଇଲର ଚାହିତା କେତେ ।
Xiaomiର ସବ ବ୍ରାଣ୍ଡ ହେଉଛି POCO । ସେପ୍ଟେମ୍ବର ୧୫ ତାରିଖରେ POCO M2ର ପ୍ରଥମ ସେଲ ଥିଲା । ଏଥିରେ କମ୍ପାନୀ ଭାରତରେ ୧.୩୦ ଲକ୍ଷ ଟଙ୍କାର ଫୋନ ବିକ୍ରି କରିଛି ବୋଲି ଦାବି କରିଛି ।

POCO M2 ୨ ର ଦାମ ୧୦, ୯୯୯ ଟଙ୍କା ରହିଛି । ଏଥିରେ ୫୦୦ mAhର ବ୍ୟାଟେରୀ ମଧ୍ୟ ରହିଛି । ଏହି ଫୋନ ଦୁଇ ପ୍ରକାର ମଡେଲ ରହୁଛି । ୬ ଜିବି ରାମ ଓ ୬୪ ଜିବ ଷ୍ଟୋରେଜ ରହିଛି । ସେହିପରି ଅନ୍ୟଟିରେ ୬ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ରହୁଛି ।

ଏଥିରୁ ଜଣାପଡୁଛି ଚାଇନା ଫୋନର ଭାରତୀୟ ବଜାରରେ ଖୁବ ଚାହିଦା ରହୁଛି । ବୟକଟ ସତ୍ତେ୍ୱ ଲୋକମାନେ ଏହାକୁ କିଣୁଛନ୍ତି । କମ ଦାମରେ ଚାଇନା ଫୋନ ମଧ୍ୟ ଗ୍ରାହକମାନଙ୍କୁ ଭଲ ଫିଚର ଦେଇଆସୁଛି । ତେଣୁ ଭାରତୀୟ ବଜାରରେ ଏହାର ଚାହିଦା ରହିଛି ବୋଲି କୁହାଯାଉଛି ।