କନକ ବ୍ୟୁରୋ : ଭାରତୀୟ ବଜାରରେ ସାଓମିର ଗୋଟିଏ ପରେ ଗୋଟିଏ ମୋବାଇଲ୍ ଲଞ୍ଚ ହେଉଛି । ଆଉ ପ୍ରତିଟି ମୋବାଇଲ୍ ଲୋକଙ୍କ ମନ ଜିଣୁଛି । ସେହି ଭାରତୀୟ ବଜାରରେ ଆଜି ଲଞ୍ଚ ହେବାକୁ ଯାଉଛି ‘ସାଓମି 11i ହାଇପର ଚାର୍ଜ 5-G’ । ତେବେ ଏହି ମୋବାଇଲକୁ ନେଇ କମ୍ପାନୀ ଦାବି କରିଛି କି, ମାତ୍ର କେଇ ମିନିଟ୍ ମଧ୍ୟରେ ଏହି ମୋବାଇଲ୍ ସମ୍ପୁର୍ଣ୍ଣ ଚାର୍ଜ ହୋଇଯିବ ।
ଆଜି ଲଞ୍ଚ ହେବାକୁ ଥିବା ‘ସାଓମି ୧୧ ଆଇ ହାଇପର ଚାର୍ଜର ୫-ଜି’ରେ ୧୨୦ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । ଯାହାଫଳରେ ଏହା ମାତ୍ର କେଇମିନିଟ୍ ମଧ୍ୟରେ ଫୁଲ ଚାର୍ଜ ହୋଇଯିବ । ଏହାସହିତ ଏହି ସ୍ମାର୍ଟଫୋନରେ ଫୁଲ ଏଚଡି ସହ ଆମୋଲିଡ୍ ଡିସପ୍ଲେ ଏବଂ ଡୋଲବି ଅଟମୋସର ସପୋର୍ଟ ଦିଆଯାଇଛି ।
ଯଦି ଆମେ ଏହାର କ୍ୟାମେରା ବାବଦରେ କହିବା ତାହେଲେ, ‘ସାଓମି ୧୧ ଆଇ ହାଇପର ଚାର୍ଜର ୫-ଜି’ରେ ତ୍ରିପଲ୍ ରିୟର କ୍ୟାମେରା ଦିଆଯାଇଛି । ଏହାର ପ୍ରାଇମେରି କ୍ୟାମେରା ୧୦୮ ମେଗାପିକ୍ସେଲ ରଖାଯାଇଛି । ଯାହା ଭଲ କ୍ଲାରିଟିର ଫଟୋ ଉଠାଇବା ସହ ଭଲ କ୍ଲାରିଟିର ଭିଡିଓ ରେକଡିଂ ପ୍ରଦାନ କରିବ ।
ଯଦି ଏହାର ଚାର୍ଜିଂ ସିଷ୍ଟମ କଥା କହିବା, ‘ସାଓମି ୧୧ ଆଇ ହାଇପର ଚାର୍ଜର ୫-ଜି’ରେ ୧୨୦ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । ଏହା ସହିତ ଏହି ସ୍ମାର୍ଟଫୋନରେ ଡୁଆର ସେଲ ବ୍ୟାଟ୍ରି ଦିଆଯାଇଛି । ଯାହା ଡୁଆଲ ଚାର୍ଜ ପମ୍ପ ସହ ଏକ କଷ୍ଟମ ସର୍କିଟ କାମ କରିଥାଏ । ତେଣୁ କମ୍ପାନୀର ଦାବି ଅନୁଯାୟୀ ମାତ୍ର ୧୫ ମିନିଟ୍ ମଧ୍ୟରେ ଏହି ସ୍ମାର୍ଟଫୋନ୍ ୦ରୁ ୧୦୦ ପ୍ରତିଶ ଚାର୍ଜ ହୋଇପାରିବ । ସବୁଠୁ ବଡକଥା ହେଉଛି ଏହାର ମୂଲ୍ୟ ୨୫ରୁ ୩୦ ହଜାର ଟଙ୍କା ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି