କନକ ବ୍ୟୁରୋ: ଜିନପିଙ୍ଗଙ୍କ ବାମ ପାଶ୍ୱରେ ବସିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ । ଦେଖନ୍ତୁ କିପରି ତାଙ୍କୁ ଜୋର କରି ଚୀନର କମ୍ୟୁନିଷ୍ଟ ପାର୍ଟି ବୈଠକରୁ ଉଠାଇ ଦିଆଯାଉଛି । ଜିନପିଙ୍ଗଙ୍କ ସହ ସେ କଥା ହେବାକୁ ଚାହୁଁଥିଲା ବେଳେ ଅନ୍ୟ ଜଣେ ଅଫିସର ତାଙ୍କ ହାତକୁ ଧରି ବାହାରକୁ ନେଇଯାଉଛନ୍ତି । ଚୀନର ରାଜଧାନୀ ବେଜିଂର ଗ୍ରେଟ୍ ହଲ ଅଡିଟୋରିୟମରେ ଚାଲିଥିବା ଦଳୀୟ ବୈଠକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସି ଜିନପିଙ୍ଗ୍ ଯେତେବେଳେ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବା ନେଇ ସ୍ପଷ୍ଟ ହୋଇଛି ସେତେବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଜିନପିଙ୍ଗ୍ଙ୍କ ପୂର୍ବରୁ ଚୀନର ରାଷ୍ଟ୍ରପତି ଥିବା ହୁ ଜିନ୍ତାଓଙ୍କୁୂ କାହିଁକି ଏଭଳି ଅପମାନିତ ଢଙ୍ଗରେ ଉଠାଇ ଦିଆଯାଇଗଲା ସେନେଇ ଚୀନ ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ ।
ବେଜିଂରେ ଚାଲିଥିବା ଚୀନର କମ୍ୟୁନିଷ୍ଟ ପାର୍ଟି ବୈଠକର ଶେଷ ଦିନରେ କୌଣସି କଥାକୁ ନେଇ ଜିନପିଙ୍ଗ୍ ଏବଂ ଅନ୍ୟ ଜଣେ ନେତାଙ୍କ ସହ ପୂର୍ବତନ ରାଷ୍ଟ୍ରପତିଙ୍କ ଜିନ୍ତାଓ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଜିନ୍ତାଓଙ୍କୁୂ ଜୋର କରି ବୈଠକରୁ ବାହାର କରିଦିଆଯାଉଥିବା ଦେଖିବାକୁ ମିଳିଛି ।
ଗତ ରବିବାର ଠାରୁ ୭ ଦିନ ଧରି ବେଜିଂରେ ଚୀନର କମ୍ୟୁନିଷ୍ଟ ପାର୍ଟିର ବୈଠକ ଚାଲିଥିଲା । ବୈଠକରେ ଦଳ ପକ୍ଷରୁ ୨୩ ଶହ ପ୍ରତିନିଧି ଚୟନ କରାଯାଇଥିଲା ଯେଉଁମାନେ ଜିନପିଙ୍ଗ୍ଙ୍କ ନେତୃତ୍ୱ ଉପରେ ଭୋଟ ଦେଇଥିଲେ । ଆଉ ପରେ ସେମାନେ ୨୦୦ ଜଣ ସଦସ୍ୟଙ୍କୁ ନିର୍ବାଚିତ କରିଥିଲେ ।
କିପରି ଥିଲା ନିର୍ବାଚନ ପ୍ରକ୍ରିୟା ?
ଦଳ ପକ୍ଷରୁ ପ୍ରଥମେ ୨୩ ଶହ ପ୍ରତିନିଧି ଚୟନ କରାଯାଇଥିଲା
ଏହି ୨୩ ଶହ ପ୍ରତିନିଧି ୨୦୦ ସଦସ୍ୟଙ୍କୁ ନିର୍ବାଚିତ କରିଥିଲେ
୨୦୦ ସଦସ୍ୟ ଆଗାମୀ ୫ ବର୍ଷ ପାଇଁ ଶାସନ ଭାର ସମ୍ଭାଳିବେ
ଏହି ୨୦୦ ସଦସ୍ୟ ଜିନପିଙ୍ଗଙ୍କୁ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ବାଛିଥିଲେ
ନିୟମ ଅନୁସାରେ ଯିଏ ଦଳର ସାଧରଣ ସମ୍ପାଦକ ହେବ ସେ ରାଷ୍ଟପ୍ରତି ହେବେ
ମାର୍ଚ୍ଚରେ ହେବାକୁ ନ୍ୟାୟପାଳିକା ଅଧିବେସନରେ ବିଦ୍ଧିବଦ୍ଧ ଭାବେ ରାଷ୍ଟ୍ରପତି ହେବେ ଜିନପିଙ୍ଗ୍
ଜିନିପିଙ୍ଗ୍ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଇଛା ରଖିଥଲେ । ଯେଉଁଥିପାଇଁ ୨୦୧୮ରେ ଚୀନ ରାଷ୍ଟ୍ରପତିଙ୍କ ସର୍ବାଧିକ ଦୁଇ ଥର କାର୍ଯ୍ୟକାଳ ନୀୟମକୁ ଉଚ୍ଛେଦ କରିଦେଇଥିଲେ । ଆଉ ଏବେ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପାଇଁ ରାସ୍ତା ପରିସ୍କାର ହୋଇଯାଇଛି । କିନ୍ତୁ ତାଙ୍କ ବିରୋଧରେ ଯେ ବିଦ୍ରୋହ ଆରମ୍ଭ ହୋଇଯାଇଛି ଯାହା ଗ୍ରେଟ୍ ହଲର ଭିଡିଓ ଦେଖିବା ପରେ ସ୍ପଷ୍ଟ ଅନୁମାନ କରିହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Collage-Maker-22-Oct-2022-08.07-PM.jpg)