ତାଇୱାନ ଶୀଖର ବୈଠକରେ ବାଇଡେନଙ୍କୁ ଜିନପିଙ୍ଗଙ୍କ ମତ । କହିଲେ, ଚୀନ ଶାନ୍ତିପ୍ରିୟ ଦେଶ । କାହାର ଦଖଲ କରେନି ଇଞ୍ଚେ ଜାଗା ।

123

କନକ ବ୍ୟୁରୋ: ଚାଇନା ଏକ ଶାନ୍ତିପ୍ରିୟ ଦେଶ । ଚାଇନା ତରଫରୁ କେବେ ବି ଯୁଦ୍ଧର ଆରମ୍ଭ କରାଯାଏନାହିଁ । ଅନ୍ୟ କୌଣସି ଦେଶର ଗୋଟିଏ ଇଞ୍ଚ ଜମିକୁ ଚୀନ କେବେ ବି ନିଜର ବୋଲି ଦାବି କରିନାହିଁ । ମଙ୍ଗଳବାର ହ୍ୱାଇଟହାଉସରେ ଅନୁଷ୍ଠିତ ଅନଲାଇନ ସମିଟରେ ଏଭଲି ବୟାନ ରଖିଛନ୍ତି ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ । ତାଇୱାନ ପ୍ରସଙ୍ଗରେ ଆମେରିକାଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ଜିଙ୍ଗପିଙ୍ଗ କହିଥିଲେ ଚୀନ ଏକ ଶାନ୍ତିପ୍ରିୟ ଦେଶ ।

ସାଢେ ତିନି ଘଂଟା ଧରି ଚାଲିଥିବା ଭିଡିଓ କନଫରେନ୍ସରେ ରାଷ୍ଟ୍ରପତି ଜିଙ୍ଗପିଙ୍ଗ କହିଥିଲେ –

“ଚୀନ ବାସିନ୍ଦା ସବୁ ଶାନ୍ତିପ୍ରିୟ ଲୋକ.. ଚୀନ ସବୁବେଳେ ଶାନ୍ତିକୁ ପ୍ରାଥମିକତା ଦିଏ.. ଯୁଦ୍ଧ କିମ୍ବା ଅନ୍ୟ କାହା ଉପରେ ପ୍ରଭାବ ବିସ୍ତାର କରି ବିବାଦ ସୃଷ୍ଟି କରିବା ଚାଇନା ଲୋକଙ୍କ ରକ୍ତରେ ନାହିଁ.. ଅନ୍ୟ ଦେଶର ଏକ ଇଂଚ ଜମିକୁ ବି କେବେ ବି ନିଜର ବୋଲି ଦାବି କରିନି ଚୀନ.. ଦେଶର ଗଣତନ୍ତ୍ର ଆରମ୍ଭ ହେବା ଦିନଠାରୁ ଚାଇନା କେବେ ଯୁଦ୍ଧକୁ ପ୍ରଶ୍ରୟ ଦେଇନି..  ”

ତାଇୱାନ ପ୍ରସଙ୍ଗରେ ଅନୁଷ୍ଠିତ ଏହି ଶୀଖର ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ଆମେରିକା ଓ ଚୀନ ଦୁଇ ମହାଶକ୍ତି ମଧ୍ୟରେ ଉତ୍ପନ୍ନ ବିବାଦକୁ ଶେଷ କରିବା । ଆଉ ଏହି ସମ୍ମିଳନୀରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାମ୍ନାରେ ଜିଙ୍ଗପିଙ୍ଗ ନିଜ ମନ୍ତବ୍ୟ ସଫା ସଫା ରଖି ଦେଇଛନ୍ତି । ଆମେରିକା ଶୀଖର ସମ୍ମିଳନୀରେ ଏଭଳି ଦାବି କରୁଥିବା ଚୀନ ରାଷ୍ଟ୍ରପତିଙ୍କୁ ବିଭିନ୍ନ ମହଲରେ କରାଯାଉଛି ନିନ୍ଦା । ଭାରତ ସହ ସୀମା ବାଣ୍ଟୁଥିବା ଡ୍ରାଗନ କିନ୍ତୁ ସବୁବେଳେ ଅଶାନ୍ତି ସୃଷ୍ଟି କରୁଛି ପ୍ରକୃତ ନିୟନ୍ତ୍ରଣ ରେଖା ଡେଇଁ ଭାରତ ସୀମାରେ ପ୍ରବେଶ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଆସୁଛି ଚୀନ ସେନା । ଆଉ ଯାହାକୁ ନେଇ ଅନେକ ଥର ଭାରତ ଓ ଚୀନ ସେନା ମୁହାଁମୁହିଁ ମଧ୍ୟ ହୋଇଛନ୍ତି । ସୀମା ବିବାଦକୁ ନେଇ ଭାରତ ସହ ସବୁବେଳେ ଅଶାନ୍ତି ସୃଷ୍ଟି କରୁଥିବା ଚୀନ ନିଜକୁ ଶାନ୍ତିପ୍ରିୟ ବୋଲି କହିବା ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ଦୋମୁହାଁ ନିତୀକୁ ଦର୍ଶାଉଛି ।

ସାରା ବିଶ୍ୱ ଆଗରେ ନିଜକୁ ଶାନ୍ତିପ୍ରିୟ ବୋଲି କହୁଛି ଚୀନ । ହେଲେ ଭାରତ ସହ ସବୁବେଳେ ସୀମାକୁ ନେଇ ଅଶାନ୍ତି ସୃଷ୍ଟି କରୁଛି । ମଙ୍ଗଳବାର ଉଭୟଙ୍କ ମଧ୍ୟରେ ତାଇୱାନକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା । ଏମିତିକି ଜିନପିଙ୍ଗ ନିଆଁ ସହ ଖେଳିଲେ ହାତ ପୋଡିଯିବ ବୋଲି କହି ଆମେରିକାକୁ ଧମକ ଦେଇଥିଲେ ।