କନକ ବ୍ୟୁରୋ : ତାଇୱାନ ସହ ବିବାଦ ଜାରି ରହିଥିବାବେଳେ ରଣହୁଙ୍କାର ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ । ନିଜ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ ରାଷ୍ଟ୍ରପତି ନିଜ ସେନାକୁ ଅଧିକ ମଜବୁତ କରିବା ସହ ଆର୍ଲଟରେ ରଖିଛନ୍ତି । ମଙ୍ଗଳବାର ସେନା ବୈଠକରେ ସି ଜିନପିଙ୍ଗ ଅଧ୍ୟକ୍ଷତା କରିଥିଲେ । ଚୀନ ଗଣମାଧ୍ୟରେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି କି ସେନାକୁ ଆଲର୍ଟ କରି ସି-ଜିନପିଙ୍ଗ ପରୋକ୍ଷଭାବେ ଯୁଦ୍ଧ ଘୋଷଣା କରିଛନ୍ତି । କାରଣ ଚୀନରେ ଅସ୍ଥିରତା ଓ ଅନିଶ୍ଚିତ ସୁରକ୍ଷା ଦର୍ଶାଈ ସେ ଯୁଦ୍ଧର ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ଘୋଷଣା କରିଛନ୍ତି । ସୈନ୍ୟ ପ୍ରଶିକ୍ଷଣ ଓ କୌଣସି ଯୁଦ୍ଧର ପ୍ରସ୍ତୁତିକୁ ଅଧିକ ମଜବୁତ କରିବ । ଚୀନ ରାଷ୍ଟ୍ରପତିଙ୍କ ଏହି ଘୋଷଣା ତାଇୱାନ ଉପରେ ବଡ ବିପଦ ଆସୁଥିବା କୁହାଯାଇପାରେ । କେବଳ ସେତିକି ନୁହେଁ ନିଜର ନୂଆ ତଥା ଶକ୍ତିଶାଳୀ ଆଟିଂ ସିପ ହାଇପରସୋନିକ ମିସାଇଲର ପରୀକ୍ଷଣ ମଧ୍ୟ କରିଛି । ଏହି ମିସାଇଲ ୟାଇଜେ-୨୧ର ନୂଆ ସଂସ୍କରଣ ବୋଲି କୁହାଯାଉଛି । ତାଇୱାନକୁ ଚୀନ ନିଜର ଦାବି କରି ଆସୁଛି । ଆମେରିକା, ୟୁରୋପୀୟ ୟୁନିୟନ ଓ ବିଟ୍ରେନ ମନ୍ତ୍ରୀ ତାଇୱାନ ଗସ୍ତ ପରେ ଚୀନ ବିଚଳିତ ହୋଇପଡିଛି ।
ଯଦି ଯୁଦ୍ଧ ହୁଏ?
ବିଶ୍ୱ ଅର୍ଥନୀତି ଉପରେ ବଡ ପ୍ରଭାବ ପଡିବ
ଆମେରିକା ସିଧାସଳଖ ହସ୍ତକ୍ଷେପ କରିପାରେ
ଆମେରିକା ଓ ଚୀନ ମଧ୍ୟରେ ମୁହାଁମୁହିଁ ଆଶଙ୍କା ରହିଛି
୩ୟ ବିଶ୍ୱଯୁଦ୍ଧର ଆଶଙ୍କା ବୃଦ୍ଧି ପାଇପାରେ
ସେପଟେ ବିଟ୍ରେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସନକ ନିଜର ବୈଦେଶିକମନ୍ତ୍ରୀ ଗ୍ରେଗ ହ୍ୟାଣ୍ଡସକୁ ଦୁଇ ଦିନିଆ ତାଇୱାନଗସ୍ତରେ ପଠାଇଛନ୍ତି । ଯାହାକୁ ନେଇ ତାତି ଉଠିଛି ଚୀନ । ଚୀନ କହିଛି ଯେ ବିଟ୍ରେନ, ୱାନ ଚାଇନ ପଲିସିକୁ ଉଲ୍ଲଂଘନ କରୁଛି । ଚୀନ ବୈଦେଶିକମନ୍ତ୍ରାଳୟ କହିଛି କି ବିଶ୍ୱରେ ତାଇୱାନ ଚୀନର ଅଭିଚ୍ଛେଦ୍ୟ ଅଙ୍ଗ । ଚୀନ କୌଣସି ଦେଶକୁ ତାଇୱାନ ସହ କୁଟନୈତିକ କିମ୍ବା ସରକାରୀ ଆଲୋଚନାକୁ ବିରୋଧ କରୁଛି ଓ କରିବ । ଚୀନର ନିଷ୍ପତିକୁ ବିଟ୍ରେନ ସମ୍ମାନ ଜଣାଇବା ଉଚିତ ଓ ତାଇୱାନ ସହ କୌଣସି ପ୍ରକାର ସରକାରୀ ଆଲୋଚନାକୁ ଚୀନ ବିରୋଧ କରିବ । ତାଇୱାନରେ ଆୟୋଜିତ ଅର୍ନ୍ତରାଷ୍ଟ୍ରୀୟ ବ୍ୟପାରର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ବିଟ୍ରେନ ମନ୍ତ୍ରୀ ଯାଇଛନ୍ତି । ଏହି ସମୟରେ ସେ ତାଇୱାନ ରାଷ୍ଟ୍ରପତି ସ୍ୱାଇ ଇଭ୍ଗ ବେନ ସହ ଭେଟିବେ ।
ଚୀନ । ଇଏ ଏକ ଏମିତି ଦେଶ ଯିଏ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହେ ଓ ଏଭଳି ପରିସ୍ଥିତି ସୃଷ୍ଟି କରେ ଯାହା ଆପେ ଆପେ ବିବାଦ ଭିତରକୁ ଟାଣି ହୁଏ । ଚୀନର ଏହି ନୀତି ସାରା ବିଶ୍ୱ ପାଇଁ ଏକ ବଡ ଚିନ୍ତା କହିଲେ କିଛି ଭୁଲ ହେବନି