ସକାଳ ବ୍ରେକଫାଷ୍ଟରେ ଏଭଳି ଖାଦ୍ୟ ଖାଉଛନ୍ତି କି ? ହୁସିଆର ମେଦବହୁଳତା ସହ ପଡିପାରନ୍ତି ଏହି ରୋଗରେ । 

ସକାଳ ବ୍ରେକଫାଷ୍ଟରେ ଏଭଳି ଖାଦ୍ୟ ଖାଉଛନ୍ତି କି ? ହୁସିଆର ମେଦବହୁଳତା ସହ ପଡିପାରନ୍ତି ଏହି ରୋଗରେ । 

Rozana Spokesman

ଡାକ୍ତରମାନଙ୍କଠାରୁ ଆରମ୍ଭ କରି ସମସ୍ତ ଜାଣିବାଶୁଣିବା ଲୋକ ଏହା କହନ୍ତି ଯେ ସକାଳ ଖାଇବା ହେଉଛି ବ୍ୟକ୍ତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ କୌଣସି ଖାଇବାରେ କିଛି ଭୁଲ୍ ହେଲେ ଚଳନୀୟ ମାତ୍ର ସକାଳ ଖାଇବା ଏକଦମ ଠିକ୍ ଭାବେ ହେବା ଉଚିତ। ଆମେ ଅଜାଣତରେ ଏମିତି ଅନେକ କିଛି ଖାଦ୍ୟ ସକାଳେ ଖାଇଥାନ୍ତି। ଯାହାକି ଆଦୌ ଖାଇବା ଉଚିତ ନୁହେଁ। ସେଥିରେ ପେଟ ସିନା ଭରିଥାଏ ମାତ୍ର ଶରୀର ପାଇଁ ସୁସ୍ଥକର ହୋଇନଥାଏ। ଚାଲନ୍ତୁ ସେପରି କିଛି ଖାଦ୍ୟ ବିଷୟରେ ଆଲୋଚନା କରିବା।

publive-image

ଅଧିକାଂଶ ଲୋକଙ୍କ ଘରେ ପୁରି, ତରକାରିକୁ ସକାଳ ଖାଇବା ହିସାବରେ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ମନେ ରଖନ୍ତୁ ସକାଳୁ ପେଟ ପୂରା ଫାଙ୍କା ଥାଏ। ଏହି ସମୟରେ ଏପରି କିଛି ତୈଳଯୁକ୍ତ କିମ୍ବା ଗ୍ୟାସ୍ କରାଉଥିବା ଖାଦ୍ୟା ଆଦୌ ଖାଆନ୍ତୁ ନାହିଁ। ଏହା ଶରୀର ପାଇଁ ଭଲ ହୋଇନଥାଏ। ଏହା ଆପଣଙ୍କୁ ମୋଟା କରିଦେବା ସହ ଆପଣଙ୍କ ଶରୀରରେ ମଧୁମେହ, ରକ୍ତଚାପ ଆଦି ସମସ୍ୟା ଉପୁଜିବାର ଭୟ ବି ରହିଛି। ସିଙ୍ଗଡ଼ା, ବରା ଆଦି ତେଲଭାଜି ଖାଦ୍ୟ ମଧ୍ୟ ସକାଳୁ ଖାଆନ୍ତୁ ନାହିଁ। ଏହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ ଜମା କରେ। ମୋଟାପଣର ଏହା ଏକ ପ୍ରମୁଖ କାରଣ ହୋଇଥାଏ।

publive-image

କୌଣସି ଶର୍କରା ଜାତୀୟ ଖାଦ୍ୟା କିମ୍ବା ଯେଉଁ ଖାଦ୍ୟରେ ଅତ୍ୟଧିକ ମିଠା ପ୍ରୟୋଗ କରାଯାଇଥାଏ ଯେପରିକି ମିଠା, ଜଲେପି, ଗାଜର ହାଲୁଆ, ସିମେଇ ଆଦି ଖାଇଲେ ବି ମୋଟା ହେବାର ଭୟ ରହିଛି। ସକାଳ ସମୟରେ ମିଠା ଆଦୌ ଖାଆନ୍ତୁ ନାହିଁ। ରୁଟି ତରକାରୀ ଖାଇବା ଏହି ସମୟ ପାଇଁ ସବୁଠାରୁ ଭଲ ଖାଦ୍ୟ ହୋଇଥାଏ। ବିରି ପିଠା, ଦୋସା ଆଦି ମଧ୍ୟ ଗ୍ୟାସ୍ କରାଇଥାଏ। ତାହାକୁ ବି ଖାଆନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe